ସରିଲା ଗୁଜରାଟ ପ୍ରଚାର, ଗୁରୁବାର ପ୍ରଥମ ପର୍ଯ୍ୟାୟ ମତଦାନ
ଗାନ୍ଧୀନଗର: ସରିଲା ଗୁଜରାଟ ପ୍ରଚାର । ଗୁରବାର ପ୍ରଥମ ପର୍ଯ୍ୟାୟ ମତଦାନ । ଶେଷ ଦିନରେ ରାଲି, ସମାବେଶ, ପ୍ରତିଶ୍ରୁତିର ବର୍ଷା କଲେ ପ୍ରାର୍ଥୀ । ଗୁରବାର ୮୯ ସିଟରେ ହେବ ମତଦାନ । ୭୮୮ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା । ପ୍ରଥମ ପର୍ଯ୍ୟାୟ ମତଦାନରେ ଠିଆ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୦୦ ଜଣଙ୍କ ନାଁରେ ସାଂଘାତିକ ଅପରାଧ ମାମଲା ରହିଛି । ମୋଟ୍ ୨୧ ପ୍ରତିଶତ ଆଶାୟୀଙ୍କ ନାଁରେ ସାଂଘାତିକ ମାମଲା ଥିବା ବେଳେ ୧୩ ପ୍ରତିଶତ ଆଶାୟୀ ଗୁରୁତର ଅପରାଧୀ । ସେମାନଙ୍କ ନାଁରେ ବିଭିନ୍ନ ଥାନାରେ ରହିଛି ମାମଲା । ସେହିପରି ଆମ୍ ଆଦମୀ ପାର୍ଟିର ୩୬ ପ୍ରତିଶତ ପ୍ରାର୍ଥୀଙ୍କ ନାଁରେ ଗୁରୁତର ଅପରାଧିକ ମାମଲା ରହିଛି ।
ପ୍ରଥମ ପର୍ଯ୍ୟାୟ ପାଇଁ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଓ ଜେପି ନଡ୍ଡା ବ୍ୟାକ ଟୁ ବ୍ୟାକ ରାଲି ଓ ପ୍ରଚାର କରିଛନ୍ତି । ଗତ ୨୭ ବର୍ଷରେ କରିଥିବା କାମର ଦ୍ବାହି ଦେଇ ଭୋଟ ମାଗୁଥିବା ବେଳେ ଗ୍ରାମାଞ୍ଚଳରେ ସମସ୍ୟା, ଜିଏସଟି ପାଇଁ କ୍ଷତିରେ ଥିବା ବ୍ୟବସାୟୀ, ବେରୋଜଗାରକୁ ମୁଦ୍ଦା କରି ଭୋଟ ମାଗୁଛି କଂଗ୍ରେସ । ସେହିପରି ଶେଷ ଦିନରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଚାର କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ରାବଣ କହି ବିବାଦ ମଧ୍ୟକୁ ଠେଲି ହୋଇଯାଇଛନ୍ତି । ବିଜେପି ଏହାକୁ ମୁଦ୍ଦା କରି ପୂରା ଗୁଜରାଟର ଅପମାନ ବୋଲି କହିଛନ୍ତି ।