ହୋଲି ପୂର୍ବରୁ ଆକ୍ସନ ମୋଡରେ ନୂଆ ଡିସିପି : ଜାରି କଲେ ନୂଆ ଗାଇଡଲାଇନ୍

ନନ୍ଦିଘୋଷ ବ୍ୟୁରୋ: ହୋଲି ପୂର୍ବରୁ ଆକ୍ସନ ମୋଡରେ ନୂଆ ଡିସିପି । ହୋଲି ପାଇଁ ଜାରି ହେଲା ପୋଲିସର ନୂଆ ଗାଇଡଲାଇନ । ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ପ୍ରତ୍ୟେକ ଛକରେ ମୁତୟନ ହେବେ ପୋଲିସ ଟିମ । ହୋଲି ପୂର୍ବରୁ ରାଜଧାନୀ ଉପକଣ୍ଠ ବିଭିନ୍ନ ଗ୍ରାମରେ ଦୋଳମେଳନ ଥିବାରୁ ଆଲର୍ଟ ରହିବାକୁ ସମସ୍ତ ଥାନାଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିସିପି । ଏହାସହ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ରହିବ କଡା ନଜର । ସେପଟେ ନକଲି ମଦ କାରବାର ରୋକିବ ସ୍ପେଶାଲ ଡ୍ରାଇଭ । ନିଶା ବିକ୍ରିର ପ୍ରମାଣ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା । ହୋଲି ଦିନ ପାଣିରେ ବୁଡି ଦୁର୍ଘଟଣା ଘଟିବାର ଆଶଙ୍କା ଥିବାରୁ ଓଡ୍ରାଫ ଓ ଅଗ୍ନିଶମ ଟିମ ସହ ଆଲର୍ଟ ରହିବ କମିଶନରେଟ ପୋଲିସ । ହିଂସାତ୍ମକ ବାର୍ତ୍ତା ସୋସିଆଲ ମିଡିଆରେ ନଦେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।