ବରଗଡ଼ରେ କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମକୁ ନେଇ ତନାଘନା

1 min read

ଭୁବନେଶ୍ୱର:  ପୁରୀ ପରେ ବରଗଡ଼ରେ କୁଖ୍ୟାତ ଅପରାଧୀ ଗୁଡ୍ଡୁ ମୁସଲିମକୁ ନେଇ ତନାଘନା । ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କ ସୂଚନା । ଗତକାଲି ୟୁପି ଏସଟିଏଫର ଟିମ ବରଗଡ଼ ଆସିଥିଲା । ରାଜା ଖାଁ ନାମକ ଜଣେ ବ୍ୟକ୍ତିକୁ ପଚରାଉଚରା ହୋଇଛି । ରାଜାର ଘର ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ । ସୋହେଲାରେ ତାର ବ୍ୟବସାୟ ରହିଛି । ସ୍ଥାନୀୟ ପୋଲିସ ସହାୟତାର ପଚରାଉଚରା କରାଯିବା ପରେ ତାକୁ ଅଟକ ରଖାଯାଇଛି । ଗୁଡୁ ମୁସଲିମ ସହିତ ତାର ଲିଙ୍କ ଥିବା ଜଣାପଡିଛି ।


ଟେଲିଫୋନ ଟ୍ରାକିଂ ଆଧାରରେ ଜେରା ହୋଇଥିବା ସୂଚନା ମିଳିଛି । ଖୁବଶୀଘ୍ର ପୁରୀରେ ମଧ୍ୟ ଉତ୍ତରପ୍ରଦେଶ STF ଖୋଳତାଡ଼ ଆରମ୍ଭ କରିପାରେ ବୋଲି କହିଛନ୍ତି ଆଇଜି । ଇଣ୍ଟେଲିଜେନ୍ସ ସହାୟତରେ ଉତ୍ତରପ୍ରଦେଶ ଏସଟିଏଫ ବରଗଡ଼ ଆସିଥିବା ସୂଚନା ମିଳିଛି । ମୋବାଇଲ ଟ୍ରାକିଂରୁ ଉଭୟ ଲିଙ୍କରେ ଥିବା ସୂଚନା ମିଳିଥିଲା । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୁରୀରେ ଲୁଚିଥିଲା ୟୁପିର ଦୁର୍ଦ୍ଦାନ୍ତ ଅପରାଧୀ ଗୁଡ୍ଡୁ ମୁସଲିମ । ଗୁଡ୍ଡୁର ଶେଷ ଲୋକେସନ ପୁରୀ ଥିବା ସୂଚନା ମିଳିଥିଲା ।