ନିରୀହଙ୍କୁ ଟାର୍ଗେଟ କରୁଛନ୍ତି ଜିଏସ୍‌ଟି ଠକ, ଋଣ କରାଇଦେବା ନାଁରେ ଠକି ନେଲେ ୨ କୋଟି ଟଙ୍କା

ବଲାଙ୍ଗୀର: କରୋନା କାଳରେ ରାଜ୍ୟରେ ବଢ଼ିଚାଲିଛି ଜିଏସ୍‌ଟି ଠକେଇ । ଜିଏସ୍‌ଟି ଠକଙ୍କର ଦୌରାତ୍ମ୍ୟ ବଢ଼ି ଚାଲିଛି । ଟାର୍ଗେଟରେ ରହିଛନ୍ତି ନିରିହ ଲୋକ । କୋଟି କୋଟି ଟଙ୍କା ଠକି ନେଉଛନ୍ତି ଠକ ଦଳ । ରାଉରକେଲା ପରେ ବଲାଙ୍ଗୀରରେ ଜିଏସ୍‌ଟି ଠକେଇର ଅଭିଯୋଗ ହୋଇଛି । ଚାଷୀଙ୍କୁ ଋଣ କରେଇଦେବା ନାଁରେ ହୋଇଛି ୨ କୋଟି ଟଙ୍କାର ଜିଏସ୍‌ଟି ଠକେଇ । ବଲାଙ୍ଗୀର ଦେଓଗାଁ ଓ ସଇଁତଳା ଥାନାରୁ ଆସିଛି ଏଭଳି ଅଭିଯୋଗ । ଗତ କିଛିଦିନ ତଳେ ସଇଁତଳା ଥାନା ଅନ୍ତର୍ଗତ ଘଣ୍ଟାମାଲ ଗାଁର ଚାଷୀ ରବୀନ୍ଦ୍ର ଭୋଇ ଜିଏସ୍‌ଟି ଠକେଇ କରିଥିବା ଜିଏସ୍‌ଟି ବିଭାଗ ତଦନ୍ତ କରିଥିଲା ।

ରବୀନ୍ଦ୍ର ସିନ୍ଦୁଜା ଷ୍ଟିଲ ନାଁରେ ଏକ କମ୍ପାନୀ ଖୋଲି ପାଖାପାଖି ୨ କୋଟି ଟଙ୍କାର କାରବାର କରିଥିବା ତଦନ୍ତ ବେଳେ ଜଣାପଡ଼ିଥିଲା । ଠିକ ସେହିପରି ଦେଓଗାଁ ଥାନା ସାରସମାଲ ଗାଁର ସବିତା ରଣା ନାମକ ମହିଳା  ଚାଷୀଙ୍କ ନାଁରେ ମଧ୍ୟ ଏକ କମ୍ପାନୀ ଖୋଲାଯାଇଥିବା ଜିଏସଟି ବିଭାଗ ଜାଣିବାକୁ ପାଇଥିଲା । ଉଭୟ ସାଧାରଣ ଚାଷୀ ହେଇଥିବା ବେଳେ, ଠକେଇର ଶିକାର ହୋଇଥିବା ବଲାଙ୍ଗିର ଜିଏସଟି ଶାଖା କହିଛି ।

ଅଭିଯୋଗକାରୀଙ୍କ କହିବା କଥା, ଋଣ କରେଇ ଦେବାକୁ କହି ଜଣେ ସ୍ଥାନୀୟ ଦଲାଲ ତାଙ୍କ ଠାରୁ ଜମି ପଟ୍ଟା, ଇଲେକ୍ଟ୍ରିକ ବିଲ୍, ଆଧାର କାର୍ଡ ନେଇ ତାଙ୍କ ନାଁରେ ଠକେଇ କରିଛନ୍ତି । ତେବେ ଘଟଣାରେ କିଏ କିଏ ସମ୍ପୃକ୍ତ ଅଛନ୍ତି ? କିଏ ଋଣ ନାଁ ରେ ଏଭଳି ଲୁଟ୍ କରିଛି ? ସେ ନେଇ ଅଧିକ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ବାଣିଜ୍ୟକର ଓ ଜିଏସ୍‌ଟି ପ୍ରବର୍ତ୍ତନ ଶାଖା ଅଧିକାରୀ ଆଶିଷ କୁମାର ସାହୁ ।

Leave a Reply