କରୋନା: ଟ୍ୟାକ୍ସ ରିଟର୍ଣ୍ଣ ସମୟ ଜୁନ୍ ପର୍ଯ୍ୟନ୍ତ ବଢ଼ିଲା, ଆଧାର-ପ୍ୟାନ୍ ଲିଙ୍କିଂ ଡେଡଲାଇନ୍ ବି ବୃଦ୍ଧି
1 min readନୂଆଦିଲ୍ଲୀ: କରୋନାକୁ ନେଇ ଲୋକ ଓ ବ୍ୟବସାୟ ଜଗତକୁ ଆଶ୍ୱସ୍ତି ଦେବାକୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି । ଏହି କ୍ରମରେ ଆୟକର ରିଟର୍ଣ୍ଣ ଦାଖଲ ତାରିଖକୁ ୩୧ ମାର୍ଚ୍ଚରୁ ୩୦ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି ଆଧାର–ପ୍ୟାନ୍ ଲିଙ୍କିଂ ତାରିଖକୁ ମଧ୍ୟ ବଢାଯାଇଛି । ଏହାକୁ ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
For newly incorporated companies there is a requirement to file declaration for the commencement of business within 6 months of incorporation. Now we are giving them an additional time of 6 more months: Union Finance Minister Nirmala Sitharaman pic.twitter.com/dTH47GqaDf
— ANI (@ANI) March 24, 2020
ଅର୍ଥମନ୍ତ୍ରୀ ଏହି ସବୁ ଘୋଷଣା କରିଛନ୍ତି :
ବିବାଦରୁ ବିଶ୍ୱାସ ସ୍କିମ୍ ୩୦ ଜୁନକୁ ବଢିଲା ।
TDS ଉପରେ ସୁଧ ୧୮ ପ୍ରତିଶତ ବଦଳରେ ୯ ପ୍ରତିଶତ ହେବ ।
ମାର୍ଚ୍ଚ,ଏପ୍ରିଲ ଓ ମେ ଜିଏସଟି ରିଟର୍ଣ୍ଣ ଦାଖଲ ତାରିଖ ୩୦ ଜୁନ ପର୍ଯ୍ୟନ୍ତ ବୃଦ୍ଧି ।
ଆଧାର–ପ୍ୟାନ୍ ଲିଙ୍କ୍ ୩୦ ଜୁନ ପର୍ଯ୍ୟନ୍ତ ବୃଦ୍ଧି ।
ଆୟକର ରିଟର୍ଣ୍ଣ ଦାଖଲ ତାରିଖ (୨୦୧୮–୧୯) ପାଇଁ ନୂଆ ତାରିଖ ୩୦ଜୁନ,୨୦୨୦ ।
ରିଟର୍ଣ୍ଣ ଦାଖଲରେ ବିଳମ୍ବ ପାଇଁ ସୁଧ ୧୨ ପ୍ରତିଶତରୁ କମି ୯ ପ୍ରତିଶତ ।
କରୋନା ଲଢେଇ ପାଇଁ ଖର୍ଚ୍ଚ ହେଉଥିବା ଅର୍ଥକୁ କମ୍ପାନୀ CSR ଫଣ୍ଡ ଭାବେ ଦେଖାଇ ପାରିବେ ।
କର୍ପୋରେଟ୍ ଜଗତକୁ ଆଶ୍ୱସ୍ତି ଦେଇ ବୋର୍ଡ ବୈଠକ ୬୦ ଦିନ ପର୍ଯ୍ୟନ୍ତ ଟଳା ଯାଇପାରିବ । ଆସନ୍ତା ୬ ମାସ ପାଇଁ ଏହି ଆଶ୍ୱସ୍ତି ଦିଆଯାଇଛି ।
୩ ମାସ ଯାଏଁ ଏଟିଏମରୁ ଟଙ୍କା ଉଠାଇବା ଉପରେ କୌଣସି ଚାର୍ଜେସ୍ ନାହିଁ ।
ଅଲଗା ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇଲେ ମଧ୍ୟ ଚାର୍ଜେସ ଦେବାକୁ ପଡିବ ନାହିଁ ।
ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ (ଜମା) ଦେୟ ଲାଗିବ ନାହିଁ ।