ଟିଭି, ଏସି, କାର, ବାଇକ ହେବ ଶସ୍ତା ! ଆଜିଠୁ ଆରମ୍ଭ GST ବୈଠକ; କାଲି ବଡ଼ ଘୋଷଣା
1 min read
ନନ୍ଦିଘୋଷ ବ୍ୟୁରୋ : ଆଜିଠୁ ଆରମ୍ଭ ହେବ GST ବୈଠକ । ଜିଏସଟି ପରିଷଦର ୫୬ତମ ବୈଠକ ଆଜିଠ ଦିଲ୍ଲୀରେ ଆରମ୍ଭ ହେଉଛି । ଏଥିରେ ଜିଏସଟି ହାରକୁ ଯୁକ୍ତିଯୁକ୍ତ କରିବା ଏବଂ ଟିକସ ସ୍ଲାବକୁ ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇପାରେ । ତେବେ ଦେଶରେ ଜିଏସଟି ଟିକସରେ ସଂସ୍କାର ଆଣିବା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି । ଆଜି ଜିଏସଟି ପରିଷଦର ଦୁଇ ଦିନିଆ ବୈଠକରେ ଜିଏସଟି ହାରରେ ପରିବର୍ତ୍ତନ ଏବଂ ୪ ବଦଳରେ ୨ଟି ଟିକସ ସ୍ଲାବ ଉପରେ ଚୂଡାନ୍ତ ଅନୁମୋଦନ ଦିଆଯିବ ବୋଲି କୁହାଯାଉଛି । ଜିଏସଟି ସଂସ୍କାର ମାଧ୍ୟମରେ ଟିକସ ଢାଞ୍ଚାକୁ ସରଳ କରିବା ଏବଂ ଗ୍ରାହକ ମାନଙ୍କୁ ସିଧାସଳଖ ଲାଭ ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ନୂତନ ପରିବର୍ତ୍ତନରେ କ୍ଷୀର-ପନିର ଠାରୁ ଆରମ୍ଭ କରି ଏସି, ଟିଭି, କାର୍, ବାଇକ ଆଦି ନିତ୍ୟ ବ୍ୟବହାର ଜିନିଷର ମୂଲ୍ୟ ହ୍ରାସ ପାଇପାରେ ବୋଲି କୁହାଯାଉଛି ।
GST ପରିଷଦ GST ସ୍ଲାବକୁ ଚାରିରୁ ଦୁଇକୁ ହ୍ରାସ କରିପାରେ। ୨୮ ଏବଂ ୧୨ ପ୍ରତିଶତ ଟିକସ ସ୍ଲାବକୁ ଉଚ୍ଛେଦ କରାଯାଇପାରେ ଏବଂ କେବଳ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ସ୍ଲାବ ରଖାଯାଇପାରେ। ୨୫୦ରୁ ଅଧିକ ସାମଗ୍ରୀ ଉପରେ ବର୍ତ୍ତମାନର ୧୨ ପ୍ରତିଶତ ଟିକସରେ ପରିବର୍ତ୍ତନ କରାଯାଇପାରେ। ଏଥିମଧ୍ୟରୁ ପ୍ରାୟ ୨୨୩ଟି ଜିନିଷକୁ ୫ ପ୍ରତିଶତ ସ୍ଲାବରେ ଏବଂ ବାକି ୧୮ ପ୍ରତିଶତ ସ୍ଲାବରେ ରଖାଯାଇପାରେ। ସେହିପରି, ପ୍ରାୟ ୩୦ ଟି ଜିନିଷକୁ ୨୮% ସ୍ଲାବରୁ ୧୮% ସ୍ଲାବରେ ଅଣାଯାଇପାରେ। ଯେଉଁ ଉତ୍ପାଦଗୁଡ଼ିକ ଉପରେ ବର୍ତ୍ତମାନର ୨୮% ରୁ କମ ଟିକସ ଲାଗୁ ହୋଇପାରେ, ସେଗୁଡ଼ିକ ମଧ୍ୟରେ ଯାନବାହାନର ପାର୍ଟସ, ଏୟାର କଣ୍ଡିସନର, ଟେଲିଭିଜନ, ମୋଟରସାଇକେଲ, ଲିଡ-ଏସିଡ ବ୍ୟାଟେରୀ ଇତ୍ୟାଦି ଅନ୍ତର୍ଭୁକ୍ତ।