ଆଜି ଜିଏସ୍ଟି କାଉନସିଲ୍ର ବୈଠକ, ତୁରନ୍ତ ଜିଏସଟି ସହୟତା ଦେବାକୁ ଦାବି କରିବ ଓଡ଼ିଶା
1 min readଭୁବନେଶ୍ୱର: ସୋମବାର ଜିଏସ୍ଟି କାଉନ୍ସିଲର ୪୨ ତମ ବୈଠକ ଅନୁଷ୍ଠିତ ହେବ । ଏଥିରେ ରାଜ୍ୟଗୁଡ଼ିକର କ’ଣ ରହିବ ପ୍ରସ୍ତାବ, ତା’ ଉପରେ ସମସ୍ତଙ୍କ ନଜର । ଗତବର୍ଷ ସେପ୍ଟେମ୍ବର ମାସ ତୁଳନାରେ ଏ ବର୍ଷ ୧୮ ପ୍ରତିଶତ ଅଧିକ ଜିଏସ୍ଟି ଆଦାୟ କରିଛି ଓଡିଶା । ଜିଏସ୍ଟି କାଉନ୍ସିଲ ବୈଠକରେ ଓଡ଼ିଶା ସବୁବେଳେ କ୍ଷତିପୂରଣ ବଢ଼ାଇବାକୁ ଦାବି କରିଆସୁଥିବା କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥନୀତିର ମାନ୍ଦାବସ୍ଥାକୁ ଦେଖି ଜିଏସ୍ଟି କ୍ଷତି ଭରଣା ସମୟସୀମା ଯାହା ୨୦୨୨ପର୍ଯ୍ୟନ୍ତ ଥିଲା, ତାହା ଆଗକୁ କ୍ଷତିର ଆକଳନ ଅନୁଯାୟୀ ବଢାଇବାକୁ କେନ୍ଦ୍ର ରାଜି ହୋଇଛି । ଜିଏସ୍ଟି କାଉନ୍ସିଲ ବୈଠକରେ ଏ ନେଇ ଆଲୋଚନା ହେବ ।
Delhi: Finance Minister Nirmala Sitharaman (in file photo) to chair the 42nd GST Council meeting via video conferencing today. The meeting will be attended by MoS Anurag Thakur, Finance Ministers of states and UTs, and senior officers from Central government & states. pic.twitter.com/2O3AqRwQx6
— ANI (@ANI) October 5, 2020
କରୋନାକୁ ନେଇ ଆର୍ଥିକ ସ୍ଥିତି ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ଅର୍ଥ ମନ୍ତ୍ରଣାଳୟର ତଥ୍ୟ କହୁଛି, ଚଳିତବର୍ଷ ସେପ୍ଟେମ୍ବରରେ ଜିଏସ୍ଟି ସଂଗ୍ରହ ଗତ ୬ମାସ ମଧ୍ୟରେ ସର୍ବାଧିକ ରହିଛି । ଏହା ଦେଶର ଅର୍ଥନୈତିକ କ୍ଷେତ୍ର ସୁଧରୁଥିବା ଦର୍ଶାଉଛି । ସେପ୍ଟେମ୍ବର ମାସରେ ମୋଟ ଜିଏସ୍ଟି ସଂଗ୍ରହ ୯୫ ହଜାର ୪୮୦ କୋଟି ଟଙ୍କା ଥିଲା । ସେପ୍ଟେମ୍ବରରେ ରାଜସ୍ୱ ସଂଗ୍ରହ ଚଳିତ ଆର୍ଥିକବର୍ଷରେ ଏପର୍ଯ୍ୟନ୍ତ ସର୍ବାଧିକ ଅଟେ । ମୋଟ ଜିଏସ୍ଟି ସଂଗ୍ରହ ମଧ୍ୟରେ କେନ୍ଦ୍ରୀୟ ଜିଏସ୍ଟି ୧୭ ହଜାର ୭୪୧ କୋଟି ଟଙ୍କା, ରାଜ୍ୟ ଜିଏସ୍ଟି ୨୩ ହଜାର ୧୩୧ କୋଟି ଟଙ୍କା, ସମନ୍ଵିତ ଜିଏସ୍ଟି ୪୭ ହଜାର ୪୮୪ କୋଟି ଟଙ୍କା ଏବଂ ସେସ୍ ୭ ହଜାର ୧୨୪ କୋଟି ଟଙ୍କା ଅଛି । ସେପ୍ଟେମ୍ବର ମାସରେ ନିୟମିତ ସମାଧାନ ପରେ କେନ୍ଦ୍ର ସରକାରଙ୍କ ଜିଏସ୍ଟି ପରିମାଣ ୩୯ ହଜାର କୋଟିରୁ ଅଧିକ ଥିବା ବେଳେ ରାଜ୍ୟ ସରକାରଙ୍କ ମୋଟ ଜିଏସଟି ପରିମାଣ ୪୦ ହଜାର ୧୨୮ କୋଟି ଟଙ୍କା ରହିଛି । ଯାହା ଗତବର୍ଷ ଏହି ସମୟଠାରୁ ଚଳିତବର୍ଷ ଜିଏସଟି ପରିମାଣ ଚାରି ପ୍ରତିଶତ ଅଧିକ ।