୧୩୮ କୋଟିର ଜିଏସଟି ଠକେଇ ଧରିଲା ବାଣିଜ୍ୟକର ବିଭାଗ, ୪ ଗିରଫ

1 min read

ମହଙ୍ଗା ପଡ଼ିଲା ଜିଏସଟି ଠକେଇ । ଜାଲ୍ ବିଲ୍ ବ୍ୟବହାର କରି ଶହ ଶହ କୋଟି ଟଙ୍କାର ଠକେଇ ଚାଲିଥିଲା ରାଉରକେଲା ଓ ଯାଜପୁର ସହରରେ । ଏହି ଠକଙ୍କୁ ଧରିବାରେ ସଫଳ ହୋଇଛି ଓଡ଼ିଶା ବାଣିଜ୍ୟକର ଏବଂ ବ୍ରଦ୍ୟ ସେବାକର କମିଶନରେଟ୍ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ଏହି ଅସାଧୁ ବ୍ୟବସାୟୀମାନେ ୬୦୩ କୋଟି ଟଙ୍କାର ଜିନିଷ କିଣି, ୭୪୩ କୋଟି ଟଙ୍କାର ଜିନିଷ ବିକ୍ରୀ କରିଥିବା ଦର୍ଶାଇ ସରକାରଙ୍କୁ ୧୩୮ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି । ବାସ୍ତବରେ ସେମାନେ କୌଣସି ଜିନିଷ କିଣାବିକା କରିନଥିବା ଅନୁସନ୍ଧାନରୁ ଜଣାପଡ଼ିଥିବା ବାଣିଜ୍ୟକର ବିଭାଗ ଦର୍ଶାଇଛି । ଯାଜପୁର ବିରଜା ଷ୍ଟିଲର ରାମଚନ୍ଦ୍ର ମଲ୍ଲିକ, ରାଉରକେଲାରେ ବିରଜା ଷ୍ଟିଲର ଲିଜ୍ ହୋଲ୍ଡର ଦୀନଦୟାଲ ଅଗରଓ୍ୱାଲା, ରାଉରକେଲା ଅନନ୍ତଭୁଜ କନଷ୍ଟ୍ରକସନ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଆଦିତ୍ୟ କୁମାର ନାୟକ ଓ ରାଉରକେଲାର ଅତୁଲ ବନଶଲଙ୍କ ଗିରଫ କରିଛି ଏନଫୋରସମେଣ୍ଟ ସ୍କ୍ୱାର୍ଡ । ରାଉରକେଲାର ଅତୁଲ ବଂଶଲ ଏ ସବୁ ଠକେଇର ମୁଖ୍ୟ ପୁରୋଧା ବୋଲି ଜଣାପଡ଼ିଛି । କିଛି ଗୃହିଣୀ, ଟ୍ୟାକ୍ସି ଚାଳକ, ଦିନ ମଜୁରିଆ, ପାଣି ମିସ୍ତ୍ରୀ, ପାନ ଦୋକାନୀ, ବେକାର ଯୁବକଙ୍କୁ ରୋଜଗାର ଦେବା ଆଳରେ ସେମାନଙ୍କଠାରୁ ପାନ୍ କାର୍ଡ, ଆଧାର କାର୍ଡ ଓ ଫଟୋ ଆଣି ସେମାନଙ୍କ ନାଁରେ ୨୦ଟି ଜାଲ୍ ବ୍ୟବସାୟିକ ପ୍ରତିଷ୍ଠାନ କରି ଜିଏସଟି ପଞ୍ଜିକରଣ କରିଥିଲେ । ଏହାକୁ ଧରିବାରେ ସଫଳ ହୋଇଛି ରାଜ୍ୟ ବାଣିଜ୍ୟକରର ଦ୍ରବ୍ୟ ଓ ସେବା କର ବିଭାଗ । ')}

Leave a Reply