ଜିଏସଟି ଠକେଇରେ ଚାଟାର୍ଡ ଆକାଉଣ୍ଟାଣ୍ଟ, ବାନ୍ଧିଲା ଜିଏସଟି ଏନଫୋର୍ସମେଣ୍ଟ ସ୍ୱାର୍ଡ

ଝାରସୁଗୁଡ଼ା: ଜିଏସଟି ଠକେଇରେ ଗିରଫ ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ । ୩ ଶହ ୨୩ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ଝାରସୁଗୁଡାର ଅମିତ ଅଗ୍ରୱାଲଙ୍କୁ ଗିରଫ କରିଛି ସମ୍ବଲ ସିଟି ଏବଂ ଜିଏସଟି ଏନଫୋର୍ସ ମେଣ୍ଟ ସ୍ୱାର୍ଡ । ଅମିତଙ୍କ ସରବାହାଲ ସ୍ଥିତ କାର୍ଯ୍ୟାଳୟରେ ଚଢାଉ କରି ଅମିତଙ୍କୁ ଗିରଫ କରିଛି ଟିମ୍ । ଜାମିନ ନାମଞ୍ଜୁର ପରେ ଅମିତଙ୍କୁ ବିଚାରବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି ।

ସେହିପରି ମାମଲାରେ ସତ୍ୟେନ୍ଦ୍ର ଯାଦବ ନାମକ ବ୍ୟବସାୟୀଙ୍କୁ ଭୁବନେଶ୍ବରରୁ ଗିରଫ କରିଛି ପୋଲିସ । 323 କୋଟି ଟଙ୍କାର ଟିକସ ଠକେଇ ହୋଇଥିବା ବେଳେ ସିଧାସଳଖ ଭାବେ ରାଜ୍ୟ ଜିଏସଟି ବିଭାଗର 58 କୋଟି 14 ଲକ୍ଷ ଟଙ୍କାର କ୍ଷତି ହୋଇଛି । 13 ଟି ଫାର୍ମ ନାଁରେ ଠକେଇ କରିଛନ୍ତି । ଜିଏସଟି ଠକେଇ ଅଭିଯୋଗରେ ଗଲା 2 ବର୍ଷ ମଧ୍ୟରେ 23 ଜଣଙ୍କୁ ଗିରଫ କରିଥିବା ବେଳେ 29 ହଜାର 02 ଜଣଙ୍କ ପଞ୍ଜିକରଣ ରଦ୍ଦ କରାଯାଇଛି ।

Leave a Reply