ରାଉରକେଲାର ୩ଟି ସ୍ଥାନରେ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ, ୩ ଅଟକ

1 min read

ଆକ୍ସନ ମୋଡରେ ଜିଏସ୍‌ଟି ବିଭାଗ । ଟାର୍ଗେଟରେ ରହିଛନ୍ତି ଟିକସ ଫାଙ୍କୁଥିବା ବ୍ୟବସାୟୀ ଓ ସଂସ୍ଥା । ରାଉରକେଲା ସହରରେ ଜିଏସଟି ବିଭାଗର ୩ଟି ଟିମ୍‌ ଚଢ଼ାଉ କରିଛି । ଉଦିତନଗର, ଡେଲି ମାର୍କେଟ ଓ ଛେଣ୍ଡ କଲୋନୀରେ ଚଢାଉ ହୋଇଛି । ଜାଲ୍ କାଗଜପତ୍ରରେ କୋଟି କୋଟି ଟଙ୍କାର ଟିକସ ଫାଙ୍କୁଥିବା ଅଭିଯୋଗ ହୋଇଥିଲା ।

ସେହି ଅଭିଯୋଗକୁ ଆଧାର କରି ଆଜି ଚଢ଼ାଉ କରାଯାଇଛି । ରାଜ୍ୟ  ଜି.ଏସ.ଟି ବିଭାଗର ତିନୋଟି ସ୍ବତନ୍ତ୍ର ଦଳ ଏକ ସମୟରେ ରାଉରକେଲା ସହରର ତିନୋଟି ସ୍ଥାନରେ ଚଢାଉ କରିଛନ୍ତି । କୋଟି କୋଟି ଟଙ୍କାର ଜି.ଏସ.ଟି ଟିକସ ଫାଙ୍କି ଥିବା ଅଭିଯୋଗରେ ତିନି ଜଣ ଵ୍ୟବସାୟୀଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି । ')}

Leave a Reply