ଜିଏସଟି ଟିମର ଅପରେସନ ଠକ, ମାସକରେ ଧରିଛି ୧୧ଶହ କୋଟିର ଫର୍ଜି ବିଲ

1 min read

ଭୁବନେଶ୍ୱର: ଫର୍ଜି ବିଲରେ ଜିଏସଟି ଠକୁଥିବା ଠକଙ୍କୁ ଧରିବାକୁ ଜାରି ରହିଛି ଜିଏସଟି ବିଭାଗର ପ୍ରି-ପ୍ଲାନ ଅପରେସନ  । ଏନେଇ ମହାଖୁଲାସା କରିଛନ୍ତି DGGI । ଫର୍ଜି ବିଲରେ ହୋଇଥିଲା ୪୦ କୋଟି ଟଙ୍କାର ଜିଏସଟି ଠକେଇ । ନଭେମ୍ବର ୯ରୁ ଠକ ଧରିବାକୁ ଆରମ୍ଭ ହୋଇଛି ଅପରେସନ । ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଠକେଇ ମାମଲା ଧରାପଡ଼ିଲାଣି । ମାସକରେ ୧୧ଶହ କୋଟିରୁ ଅଧିକ ଟଙ୍କାର ଫର୍ଜି ବିଲ୍ ଧରିପାରିଛି ଜିଏସଟି ବିଭାଗ । ଦିନକୁ ଦିନ ତଦନ୍ତ ସଂଖ୍ୟା ବଢ଼ିଚାଲିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ଓଡ଼ିଶାରୁ ସାରା ଭାରତକୁ ବ୍ୟାପିଛି ଚେନ୍ । ଜଣେ ଲୋକ ୧୦ ସଂସ୍ଥା ଖୋଲି ୪୦ କୋଟି ଠକିଥିଲା । ସାଧାରଣଲୋକଙ୍କୁ ପ୍ରଲୋଭନ ଦେଇ କମ୍ପାନୀ ଖୋଲିଦେଉଛନ୍ତି । ସେମାନଙ୍କ ପାନ୍ କାର୍ଡ ନେବା ପରେ ଫର୍ଜି କମ୍ପାନୀ ଖୋଲୁଛନ୍ତି । ସାଧାରଣଲୋକ ସେମାନଙ୍କ ଟ୍ରାପରେ ନପଡ଼ିବାକୁ ସତର୍କ କରିଛନ୍ତି DGGI ।

ଡିଜିଜିଆଇଙ୍କ କହିବା ମୁତାବକ, ୧୦ଟି ଜାଲି କମ୍ପାନୀ ଜରିଆରେ ୨୬୨ କୋଟି ଟଙ୍କାର ଵିଭିନ୍ନ ସାମଗ୍ରୀ ଯୋଗାଣ ନେଇ ହୋଇଥିଲା ଜାଲ ରେକର୍ଡ । ଏହି ରେକର୍ଡ ଜରିଆରେ ୪୦ କୋଟି ୬୬ ଲକ୍ଷ ଟଙ୍କାର କାରବାର କରିଥିଲେ ସନ୍ତୋଷ ଗୁପ୍ତା । ଏବେ ସେ ଗିରଫ ହୋଇ ଜେଲରେ ଥିବାବେଳେ ଠକେଇର ମୋହରାଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଛି ଜିଏସଟି ଗୁଇନ୍ଦା ବିଭାଗ । ଯେଉଁଠି ଟାକ୍ସ ଠକେଇ ହେଉଛି ଆମେ ଧରୁଛୁ । ଜିଏସ୍‌ଟି ଠକେଇକୁ ଆମେ ଗୁରୁତର ଭାବେ ନେଉଛୁ । ତଥାପି ବିଭିନ୍ନ ଲୋକ ଠକେଇ କରୁଛନ୍ତି । ସର୍ଭିସ ଡେଲିଭରି ନହୋଇ ବିଲ ଜେନେରେଟ୍‌ ହେଉଛି । ଏଭଳି ୫୦ଟି କେସ ଧରାପଡିଛି । ପାଖାପାଖି ୧୧ ଶହ କୋଟି ଟଙ୍କାର ଠକେଇ ଏବେ ସୁଦ୍ଧା ଧରାପଡିଥିବା ସେ କହିଛନ୍ତି।

ଏଭଳି ଏକ ଗ୍ରୁପକୁ ଠାବ କରାଯାଇଛି । ଦେଢ଼ ମାସ ଭିତରେ ବା ୯ ନଭେମ୍ବରରୁ ଅନେକ ନକଲି ବିଲ ଠାବ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ବିରାଟ ବଡ଼ ଧରପଗଡ଼ ଚାଲିଛି । ଓଡ଼ିଶାରେ ମଧ୍ୟ ବହୁତ ବଡ଼ ବଡ଼ ପ୍ରାଇଭେଟ କମ୍ପାନୀ ଏଥିରେ ସାମିଲ ହେଇଛି । ଓଡ଼ିଶାରେ ୪ ଶହ କୋଟି ଠକେଇ ଏଇ କିଛିଦିନରେ ହୋଇଛି । ଚା , ପାନ ଦୋକାନୀଙ୍କ ପ୍ୟାନ କାର୍ଡ ନିଆଯାଇ ତାଙ୍କୁ ଭୁଆଁ ବୁଲାଯାଉଛି । ତାଙ୍କ ନାଁ ରେ କମ୍ପାନୀ ଖୋଲାଯାଉଛି । ଓଟିପି ଜରିଆରେ ଠକେଇ ହେଉଛି । ଏଭଳି କିଛି ଅଭିଯୁକ୍ତଙ୍କୁ ଠାବ କରାଯାଉଛି । ରାଉରକେଲାରେ ଏସବୁ ଅଧିକ ହେଉଥିବା ଦେଖାଯାଇଛି । ଜିଏସ୍‌ଟି ଆରମ୍ଭ ହେବା ଦିନଠାରୁ ପ୍ରାୟ ୧୨୦ କୋଟି ଠକେଇ ହୋଇଛି । ନକଲି ବିଲ ଜରିଆରେ ଏହାର ୫ ଗୁଣା ଅଧିକ ଠକେଇ ହୋଇଛି । ଏହା ଏକ ଆନ୍ତଃ ରାଜ୍ୟ ରାକେଟ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି କହିଛନ୍ତି DGGI  ।

ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ । ଏ ନେଇ ସ୍ପେଶାଲ ଡ୍ରାଇଭ ଚାଲିଛି । ଅଜଣା ବ୍ୟକ୍ତି ଙ୍କୁ କିଛି ଟଙ୍କା ଓ ଚାକିରୀ ପାଇଁ ନିଜ ପରିଚୟ ପତ୍ର ନଦେବାକୁ ଅନୁରୋଧ କରାଯାଇଛି । ଫେକ ଇନଭଏସ ଜରିଆରେ ଇନପୁଟ ଟ୍ୟାକ୍ସ କ୍ରେଡିଟର ଠକେଇ ହୋଇଛି । ରାଉଲକେଲାରୁ ବ୍ୟବସାୟୀକୁ ଗିରଫ କରିଥିଲେ ଡିଜିଜିଆଇ । ଠକେଇ ଅଭିଯୋଗରେ ସନ୍ତୋଷ କୁମାର ଗୁପ୍ତା ନାମକ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ଜିଏସଟି ଇଣ୍ଟେଲିଜେନସ ଭୁବନେଶ୍ବର ଜୋନାଲ ୟୁନିଟ । ଓଡ଼ିଶାରେ ଏହି ମାସ ଭିତରେ ୩ ଜଣ ଗିରଫ ହୋଇଛନ୍ତି।

ସୂଚନା ମୁତାବକ ୨୬୨ କୋଟି ଟଙ୍କାର ଫେକ ଇନଭଏସ ଜରିଆରେ ବେଆଇନ ଭାବେ ୪୦ କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ଠକେଇ ଅଭିଯୋଗରେ ସନ୍ତୋଷକୁ ଗିରଫ କରାଯାଇଛି । ଏନେଇ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇ ବିଭନ୍ନ ସ୍ଥାନରେ ରେଡ କରୁଛନ୍ତି ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସ ଭୁବନେଶ୍ବର ଜୋନାଲ ୟୁନିଟ ଟିମ ।

Leave a Reply