spot_img

Latest Posts

ମିଳିପାରେ ଜିଏସଟି ଆଶ୍ବସ୍ତି; ଆଜି ଦିଲ୍ଲୀରେ ବସିବ ୫୪ତମ ଜିଏସଟି ପରିଷଦ ବୈଠକ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବସିବ ୫୪ତମ ଜିଏସଟି ପରିଷଦ ବୈଠକ। ଲୋକସଭା ନିର୍ବାଚନ ପରେ ଏହା ହେବ ଦ୍ବିତୀୟ ଜିଏସଟି ପରିଷଦ ବୈଠକ। ସାମିଲ ହେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଜିଏସଟି କ୍ଷତିପୂରଣ ସେସକୁ ଜାରି ରଖିବା କିମ୍ବା ଏହା ବଦଳରେ ଅନ୍ଯ କୌଣସି ନୂଆ କର କିମ୍ବା ସେସ୍ ଲାଗି ବୈଠକରେ ଆଲୋଚନା ହୋଇପାରେ।

ସେହିପରି ଜୀବନ ଓ ସ୍ବାସ୍ଥ୍ଯ ବୀମା ପ୍ରିମିୟମ କ୍ଷେତ୍ରରେ ଜିଏସଟି ହାର ହ୍ରାସ ଲାଗି ହୋଇପାରେ ନିଷ୍ପତ୍ତି। ବର୍ତ୍ତମାନ ଏହି ବୀମା ପ୍ରିମିୟମ କ୍ଷେତ୍ରରେ ଜିଏସଟି ଲାଗୁ କରାଯାଉଛି ୧୮ ପ୍ରତିଶତ। ଯଦି ଏହା ଗୃହୀତ ହୁଏ ତେବେ ବିଭିନ୍ନ ବୀମା କମ୍ପାନିରେ ସାମିଲ ଥିବା ହିତାଧିକାରୀ ଉପକୃତ ହେବେ। ସେହିପରି ବିଦେଶୀ ଏୟାରଲାଇନ୍ସ ହୋଇପାରନ୍ତି ଉପକୃତ। ବିଦେଶୀ ଏୟାରଲାଇନସ୍ ଦ୍ବାରା ଆମଦାନୀ ହେଉଥିବା ସେବାକୁ କରମୁକ୍ତ କରିବା ପ୍ରସ୍ତାବ ଉପରେ ବି ଲାଗିପାରେ ମୋହର। କର୍କଟ ରୋଗ ଲାଗି ଔଷଧ, ବିଦ୍ଯୁତ ମିଟର ସେବା ଉପରୁ ଜିଏସଟି ହ୍ରାସ ବି ବିଚାରାଧୀନ ରହିଛି।

ସେହିପରି ରିୟଲଇଷ୍ଟେଟ ଓ ଧାତବ ଶିଳ୍ପ ଲାଗି କେତେକ ରିହାତି ଘୋଷଣା କରିପାରନ୍ତି ସରକାର। ଯଦି ଏହି ପ୍ରସ୍ତାବ ଗୃହୀତ ହେବ ତେବେ ସମ୍ପତ୍ତି କ୍ରୟ କରୁଥିବା ବ୍ଯକ୍ତି ଓ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କୁହାଯାଇଛି। ଲୋକସଭା ନିର୍ବାଚନ ପରେ ଗତ ଜୁନ ୨୨ରେ ଜିଏସଟି ବୈଠକ ବସିଥିଲା।

Latest Posts

Don't Miss