କରୋନା କାଳରେ ଅକ୍ଟୋବରରେ ପ୍ରଫିଟ, ଏକ ଲକ୍ଷ ପାଞ୍ଚ ହଜାର କୋଟି ଟଙ୍କାର ଜିଏସଟି ଆଦାୟ

ଭୁବନେଶ୍ୱର: କରୋନା କଟକଣା ସତ୍ତ୍ୱେ ଅକ୍ଟୋବର ମାସରେ ରାଜ୍ୟର ଜିଏସଟି ଆଦାୟ ଉତ୍ସାହଜନକ ରହିଛି । ଗତବର୍ଷ ଅକ୍ଟୋବର ମାସ ତୁଳନାରେ ଚଳିତବର୍ଷ ଅକ୍ଟୋବର ମାସରେ ଜିଏସଟି ଆୟ ୨୧.୭୯ ପ୍ରତିଶତ ବୃଦ୍ଧି ଘଟିଛି । ଚଳିତବର୍ଷ ଅକ୍ଟୋବର ମାସରେ ଆଇଜିଏସଟି ୪୮୦.୮୩ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଗତବର୍ଷ ଏହି ମାସରେ ୩୦୭.୬୯ କୋଟି ଟଙ୍କା ଆଦାୟ ହୋଇଥିଲା । ଯାହା ଗତ ମାସ ତୁଳନାରେ ୫୬.୨୭ ପ୍ରତିଶତ ବୃଦ୍ଧି ହୋଇଛି । ଏଥି ସହ ସେସ ଆଦାୟ ଗତବର୍ଷ ଅକ୍ଟୋବର ତୁଳନାରେ ୫୭.୫୫ ପ୍ରତିଶତ ବୃଦ୍ଧି ହୋଇଛି ।

GST Council Meet 20000 Crores Disbursed To States Late Night

ସେହିପରି ଗତବର୍ଷ ସେପ୍ଟେମ୍ବର ତୁଳନାରେ ଚଳିତବର୍ଷ ସେପ୍ଟେମ୍ବରରେ ୧୮.୩ ପ୍ରତିଶତ ଜିଏସଟି ଆଦାୟ ବୃଦ୍ଧି ହୋଇଛି । ଓଜିଏସଟି ଆଦାୟ ଚଳିତବର୍ଷ ସେପ୍ଟେମ୍ବର ୩.୪୨ ପ୍ରତିଶତ ଥିବା ବେଳେ ଅକ୍ଟୋବରରେ ୫.୧୬ ପ୍ରତିଶତ ହୋଇଛି । ପେଟ୍ରୋଲିୟମ ଦ୍ରବ୍ୟ ଉପରେ ଅଣ ଜିଏସଟି ଆୟ ମଧ୍ୟ ଗତବର୍ଷ ଅକ୍ଟୋବର ତୁଳନାରେ ୩୬.୦୫ ପ୍ରତିଶତ ବୃଦ୍ଧି ପାଇଛି ।

ଗତବର୍ଷ ଅକ୍ଟୋବରରେ ୩୬୯.୪୦ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଚଳିତବର୍ଷ ଅକ୍ଟୋବରରେ ୫୧୪.୨୯ କୋଟି ଟଙ୍କା ସଂଗ୍ରହ ହୋଇଛି । ସିଟି ଆଣ୍ଡ ଜିଏସଟି କମିଶନରେଟ ପକ୍ଷରୁ ଏ ନେଇ ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । କୋରନା ମହାମାରୀ ଯୋଗୁଁ ଚଳିତ ଆର୍ଥିକ ବର୍ଷର ପ୍ରଥମ କ୍ୱାଟରରେ ଜିଏସଟି ଆଦାୟ ନୈରାଶ୍ୟଜନକ ଥିଲା ।

Leave a Reply