ରାଜ୍ୟର GST ରାଜସ୍ୱ କ୍ଷତିଭରଣା ପାଇଁ ବଜାରରୁ ଋଣ ଉଠାଇବେ ନାହିଁ କେନ୍ଦ୍ର ସରକାର

GST Ccouncil Meeting Nirmala Sitharaman Says No Consensus Arrived At On Way To Make Up For GST Shortfall Of States

ନୂଆଦିଲ୍ଲୀ: ସୋମବାର ଜିଏସଟି କାଉନସିଲ ବୈଠକ ବସିଥିଲା । ବୈଠକ ପରେ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ରାଜ୍ୟର ଜିଏସଟି ରାଜସ୍ୱ କ୍ଷତିଭରଣା ପାଇଁ କେନ୍ଦ୍ର ସରକାର ବଜାରରୁ ଋଣ କରିବେ ନାହିଁ । କାରଣ ଏହାଦ୍ୱାରା ଋଣ ବୃଦ୍ଧି ଘଟିବା ସହ ସୁଧ ମଧ୍ୟ ବଢ଼ିବ । କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି- ଜିଏସଟି ରାଜସ୍ୱ କମ୍ ଆଦାୟର କ୍ଷତିପୂରଣ ନେଇ ସମସ୍ତଙ୍କ ମଧ୍ୟରେ ସହମତି ହୋଇପାରିନାହିଁ ।

ଆଜି ବସିଥିବା ବୈଠକରେ ଲଗାତାର ତୃତୀୟ ଥର ପାଇଁ ଜିଏସଟି ରାଜ୍ୟସ୍ୱ କମିବା କ୍ଷତିପୂରଣ ନେଇ ଆଲୋଚନା ହୋଇଥିଲା । ସମସ୍ତଙ୍କ ମଧ୍ୟରେ ସହମତି ପାଇଁ ମନ୍ତ୍ରୀସ୍ତରୀୟ ସମିତି ଗଠନ ପାଇଁ କିଛି ରାଜ୍ୟ ପ୍ରସ୍ତାବ ଦେଇଥିଲେ । ତେବେ, ଋଣ ବିକଳ୍ପ ଉପରେ କେନ୍ଦ୍ର ଦେଇଥିବା ପ୍ରସ୍ତାବରେ ବିଜେପି ଶାସିତ ରାଜ୍ୟ ପୂର୍ବରୁ ସହମତି ପ୍ରଦାନ କରି ସାରିଛନ୍ତି । ସେମାନଙ୍କ ଅନୁସାରେ ଏବେ ରାଜ୍ୟକୁ ଋଣ ନେବା ପାଇଁ ଅନୁମତି ନେବା ଉଚିତ୍ । ଯେମିତି ଶୀଘ୍ର ଟଙ୍କା ମିଳିବ ।

ଚଳିତ ଆର୍ଥିକ ବର୍ଷରେ ଜିଏସଟି ରାଜସ୍ୱରେ ୨.୩୫ କୋଟି ଟଙ୍କା କମିଥିବା ଅନୁମାନ କରାଯାଉଛି । କେନ୍ଦ୍ର ସରକାର ଗତ ଅଗଷ୍ଟରେ ରାଜ୍ୟମାନଙ୍କୁ ବିକଳ୍ପ ଦେଇଥିଲେ । ପ୍ରଥମ ବିକଳ୍ପ ଥିଲା ରିଜର୍ଭ ବ୍ୟାଙ୍କ ଦ୍ୱାରା ୯୭ ହଜାର କୋଟି ଟଙ୍କାର ଋଣ ପାଇଁ ବିଶେଷ ସୁବିଧା ଓ ଦ୍ୱିତୀୟରେ ୨.୩୫ ଲକ୍ଷ କୋଟି ଟଙ୍କା ବଜାରରୁ ଆଦାୟ ।

Leave a Reply