୧୩ ହାତୀ ଚିଲିକାରେ ନେଉଥିଲେ ଥଣ୍ଡାର ମଜା, ପକ୍ଷୀ ଗଣନା ସମୟରେ ବନ୍ୟପ୍ରାଣୀ ବିଭାଗ ହାବୁଡ଼ରେ ପଡ଼ିଲେ

ଟାଙ୍ଗୀ: ଚିଲିକାରେ ପଶିଲେ ଜଙ୍ଗଲୀ ହାତୀ। ଭୁଷଣ୍ଡପୁର ଚିଲିକା କୂଳଠାରୁ ୮ କିଲୋମିଟର ଭିତରେ ଅଛନ୍ତି ୧୩ ଟିକିଆ ହାତୀପଲ। ନଳବଣ ନିକଟରେ ହାତୀପଲ ଦେଖିବାକୁ ମିଲିଛି। ହାତୀପଲ ମଧ୍ୟ୍ୟରେ ଗୋଟିଏ ଛୁଆହାତୀ ଥିବା ବେଳେ ୧୨ ଜଣ ବଡ଼ ହାତୀ ରହିଛନ୍ତି ଅଛି । ଚିଲିକାରେ ପକ୍ଷୀ ଗଣନା ଚାଲିଥିବା ବେଳେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ଚିଲିକା ଭିତରେ ହାତୀକୁ ଠାବ କରିଛନ୍ତି। ଘଟଣା ସ୍ଥଳକୁ ଜଙ୍ଗଲ ବିଭାଗ କର୍ମଚାରୀ ଯାଉଥିବା ସୂଚନା ମିଳିଛି। ତେବେ ଅଧିକ ଥଣ୍ଡା ପଡ଼ୁଥିବାରୁ ହାତୀ ପଦାକୁ ଚାଲିଆସୁଥିବା ଅନୁମାନ କରାଯାଉଛି । କାରଣ ଏହି ଶୀତ ସମୟରେ ଅଧିକ ଏଭଳି ଘଟଣା ସାମ୍ନାକୁ ଆସୁଛି। ବାରମ୍ଭାର ଜଙ୍ଗଲ ବାହାରକୁ ଚାଲିସୁଛନ୍ତି ହାତୀପଲ
ତେବେ ଏହାରି ଭିତରେ ଅନେକ ସ୍ଥାନରେ ଜଙ୍ଗଲ ଛାଡ଼ି ବାହାରକୁ ହାତୀପଲ ଚାଲିଆସୁଥିବା ଦେଖିବାକୁ ମିଳିଛି। ଫସଲ ନଷ୍ଟ କରିବା ସହ ଅନେକ ସମୟରେ ଲୋକେ ହାତୀ ଆକ୍ରମଣ ଦ୍ୱାରା ମୃତାହତ ମଧ୍ୟ ହେଉଛନ୍ତି। ଯଦି ଦେଖିବା ଗତକାଲି ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ହାତୀ ଉପଦ୍ରବ କରିଥିଲେ। ସେହିଭଳି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆରେ ବନଖଣ୍ଡ ଅଞ୍ଚଳରେ ୨୩ ଟିକିଆ ହାତୀପଲ ଆତଙ୍କ ଖେଳାଇଛନ୍ତି। ନିକଟରେ ଟାଙ୍ଗୀ ବନାଞ୍ଚଳରେ ମଧ୍ୟ ହତୀ ପଲଙ୍କ ଉପଦ୍ରବ ପାଇଁ ନିରାକାରପୁର ଡିଆ ଗାଁରେ ଧାନ କାଟି ଅମଳ ପାଇଁ ରଖାଯାଇଥିବା ୨ ହଜାରରୁ ଅଧିକ ଧାନ କଳେଇକୁ ଜଙ୍ଗଲୀ ହାତୀମାନେ ନଷ୍ଟ କରିଥିଲେ।
ତେବେ କିଛି ଦିନ ଭିତରେ ଅଧିକ ଚର୍ଚ୍ଚାକୁ ଆସିଥିଲା ଗଞ୍ଜାମରେ ହତୀପଲଙ୍କ କାରନାମା । ଗଞ୍ଜାମର ଚିକିଟି ସୋରଳ ବାହୁଦା ହ୍ରଦରେ ଫସି ଯାଇଥିଲେ ହାତୀ ପଲ। ହାତୀ ପଲ ପାଣିରେ ଫସି ରହିଥିବା ନେଇ ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା । ପରେ ସମାନଙ୍କୁ ବନବିଭାଗ ଉଦ୍ଧାର କରିଥିଲା ।