ସୁନାପାଲି ଓରାମପଡ଼ାରେ ଗୋଷ୍ଠୀ ସଂଘର୍ଷ, ଜଣଙ୍କ ମୃତ୍ୟୁ ଅନ୍ୟଜଣେ ଗୁରୁତର

ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ସୁନାପାଲି ଓରାମପଡ଼ାରେ ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ, ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି। ଦୋଷୀଙ୍କୁ ଗିରଫ ଦାବିରେ ଧନୁପାଲି ଥାନା ଘେରାଉ କରିଛନ୍ତ ଉତ୍ତ୍ୟକ୍ତ ଲୋକ। ଘଟଣସ୍ଥଳରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି। ସମ୍ବଲପୁର ଏସପି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଗତକାଲି ଭୁଜାଲି ମାଡରେ ଜଣକର ମୃତ୍ୟୁ ହୋଇଥିଲା, ଜଣେ ଆହତ ହୋଇଥିଲେ।

ସୁନାପାଲି ଅଞ୍ଚଳରେ ପୋଲିସର ପେଟ୍ରୋଲିଂ ହେଉନାହିଁ ଏବଂ ପୋଲିସର ଅବହେଳା କାରଣରୁ ଏଭଳି ଘଟଣା ଘଟିଛି। ସୁନାପାଲିରେ ୨ ମାସ ଭିତରେ ୪ଟି ହତ୍ୟା ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେବେ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାକୁ ଅଭିଯୋଗ ହୋଇଛି। ସେପଟେ ଏହି ଘଟଣା ନେଇ ଜଣଙ୍କୁ ଅଟକ ରଖିଛି ପୋଲିସ। ଅଟକ ରହିଥିବା ଅଭିଯୁକ୍ତ ଜଣକ ନାମରେ ଅନେକ କ୍ରିମିନାଲ ମାମଲା ରହିଛି। ତେବେ ଏହି ହତ୍ୟା ପଛର କାରଣ କଣ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

Leave a Reply