ନୂଆ ଯୁବ କଂଗ୍ରେସ ସଭାପତିଙ୍କ ନିଯୁକ୍ତିକୁ ବିରୋଧ, ୨ ଗୋଷ୍ଠୀ ମୁହାଁମୁହିଁ

Group clash in Odisha Youth Congress

ଭୁବନେଶ୍ୱର: କଂଗ୍ରେସରେ ଗୋଷ୍ଠୀ କନ୍ଦଳ । ଯୁବ କଂଗ୍ରେସର ନବନିଯୁକ୍ତ ସଭାପତିଙ୍କୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଛି । ରାଜ୍ୟ କଂଗ୍ରେସରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଯୁବ କଂଗ୍ରେସ ସଭାପତି ଭାବେ ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ନେଇ କଂଗ୍ରେସ ଭବନରେ ଉତ୍ତେଜନା ଦେଖା ଦେଇଥିଲା ।

ସ୍ମୃତି ଲେଙ୍କାଙ୍କ ନିଯୁକ୍ତିକୁ ବିରୋଧ କରି ଗୋଟିଏ ଗୋଷ୍ଠୀ କଂଗ୍ରେସ ଭବନର ଗୋଟିଏ ଫାଟକରେ ତାଲା ପକାଇ ଦେଇଥିଲା । ଅନ୍ୟପଟେ ସ୍ମୃତିଙ୍କ ସମର୍ଥକ ତାଲା ଭାଙ୍ଗି କଂଗ୍ରେସ ଭବନ ଭିତରକୁ ପଶିଥିଲେ । ଯାହାକୁ ନେଇ କଂଗ୍ରେସ ଭବନରେ ମୁହାଁମୁହିଁ ହୋଇଥିଲେ ୨ ଗୋଷ୍ଠୀ ।

ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଘଟଣାରେ ହସ୍ତକ୍ଷେପ କରିଛି । ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଦଲାଲ ଟଙ୍କାରେ ଯୁବ କଂଗ୍ରେସକୁ ରାତାରାତି ବରବାଦ କରାଯାଉଥିବା ଅଭିଯୋଗ କରି ଘଟଣାର ତଦନ୍ତ ଦାବି କରିଛନ୍ତି ସ୍ମୃତି ଲେଙ୍କାଙ୍କ ପ୍ରତିପକ୍ଷ ।

Leave a Reply