ଗଞ୍ଜାମରେ ଗୋଷ୍ଠୀ ସଂଘର୍ଷ, ଗଡ଼ିଲା ଜଣଙ୍କ ମୁଣ୍ଡ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡାରେ ଗୋଷ୍ଠୀ ସଂଘର୍ଷ । ଗଡ଼ିଲା ଜଣଙ୍କ ମୁଣ୍ଡ । ତିନିଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ତୋଫାନ ଗୌଡ଼ । କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟି ତୁଣ୍ଡ ପରେ ମାରପିଟ ହୋଇଥିଲା । ଘଟଣାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ଘଟିଥିଲା ।

ଧାରୁଆ ଅସ୍ତ୍ରରେ ମାରପିଟରେ ଦୁଇ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି । ତିନି ଗୁରୁତର ହେଲେ କାଳୁ ଗୌଡ଼, ଜୋଛନା ଗୌଡ଼, ପ୍ରତିମା ଗୌଡ଼ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ଚିକିଟି ଏସଡିପିଓ ଏବଂ ଦିଗପହଣ୍ଡି ଥାନା ଅଧିକାରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଟିକରପଡାରେ ପୋଲିସ ମୁତୟନ କରାଯାଇଛି ।