ଛଣଗିରିରେ ଗୋଷ୍ଠୀ ସଂଘର୍ଷ: ବାଇକ ଭାଙ୍ଗିଲା, ଦୋକାନ ଜଳିଲା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଛଣଗିରିରେ ଦୁଇ ଗୋଷ୍ଠୀ ମଧ୍ଯରେ ଉତ୍ତେଜନା ଓ ହିଂସାକାଣ୍ଡ । କୌଣସି ଏକ କାରଣକୁ ନେଇ ଦୁଇ ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ । କିଛି ବ୍ଯକ୍ତି ଆହତ । ଉଭୟ ଗୋଷ୍ଠୀଙ୍କ କିଛି ବାଇକ୍ ଭାଙ୍ଗିଥିବା ବେଳେ ଉତ୍ତ୍ଯକ୍ତ ଲୋକେ ଛଣଗିରି ବଜାରର କିଛି ଦୋକାନରେ ନିଆଁ ଲଗାଇ ଦେଇଛନ୍ତି ।

ଖୋର୍ଦ୍ଧା ଏସଡିପିଓ, ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଚେଷ୍ଟା କରୁଛନ୍ତି । କିଛି ସ୍ଥାନୀୟ ଲୋକ ଜାତୀୟ ରାଜପଥରେ ଟାୟାର ଜାଳି ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଛି । ଛଣଗିରିରେ ଶାନ୍ତି ଫେରାଇ ଆଣିବାକୁ ପୋଲିସ ୧୪୪ ଧାରା ଜାରି କରିଛି । ଗାଁ ଲୋକମାନେ ଭୟରେ ଘରୁ ବାହାରୁ ନଥିବା ସୂଚନା ମିଳିଛି ।