ପାଣି ପାଇପ୍‌ ବିଛାଇବାକୁ ନେଇ ଗୋଷ୍ଠି ସଂଘର୍ଷ, ଚାଲିଗଲା ଦୁଇ ଜୀବନ

1 min read

ବ୍ରହ୍ମଗିରି: ପାଣି ପାଇଁ ଚାଲିଗଲା ଜୀବନ । ସାମାନ୍ୟ ବଚସାରୁ ଆରମ୍ଭ ହୋଇଥିଲା କଳି ଆଉ ତାପରେ ତେଣ୍ଟା-ଟାଙ୍ଗିଆରେ ଆକ୍ରମଣ । ଘଟରା ଦୁଇ ଜଣଙ୍କ ମୃତ୍ୟୁ । ଏଭଳି ଘଟଣା ଘଟିଛି ବ୍ରହ୍ମଗିରି ଡିମିରିସେଣା ହରିଜନ ବସ୍ତିରେ ।

ଉକ୍ତ ହରିଜନ ବସ୍ତିରେ ରହୁଥିବା ଶରତ ଭୋଇ ନାମକ ଜଣେ ବ୍ୟକ୍ତି ଗାଁ ଦାଣ୍ଡରୁ ପାନୀୟଜଳ ପାଇପ ଲାଇନ ତାଙ୍କ ଘର ଯାଏଁ ନେଇଥିଲେ । ଏହାକୁ ପଡିଶା ଘରର ସୁରିଆ ଭୋଇ ବିରୋଧ କରିଥିଲେ । ଖାଲି ସେତିକି ନୁହେଁ ଏହି ଘଟଣାରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ପ୍ରଥମେ ଉଭୟ ପରିବାର ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଦୁଇ ପରିବାର ଆକ୍ରମଣାତ୍ମକ ହୋଇଥିଲେ । ଏବଂ ଟାଙ୍ଗିଆ ଓ କଟୁରୀରେ ପରସ୍ପରକୁ ଆକ୍ରମଣ କରିଥିଲେ ।

ଉକ୍ତ ବସ୍ତିରେ ଏନେଇ ଏକ ପ୍ରକାର ଖଣ୍ଡ ଯୁଦ୍ଧ ଦେଖିବାକୁ ମିଳିଥିଲା । ତେବେ ପରିବାରର ଏହି ଗଣ୍ଡଗୋଳ ମଧ୍ୟରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି । ଖାଲି ସେତିକି ନୁହେଁ ଦୁଇ ଜଣଙ୍କ ଜୀବନ ଚାଲିଯିବା ସହ ପ୍ରାୟ ୯ ଜଣ ଗୁରୁତର ମଧ୍ୟ ହୋଇଛନ୍ତି । ଗୁରୁତରଙ୍କୁ ରେବଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ତେଣ୍ଟା ମାଡ଼ରେ କାଳିଆ ଓ ସୁରିଆ ଭୋଇ ମୃତ୍ୟୁ ବରଣ କରିଛନ୍ତି । ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply