ବଲାଙ୍ଗିରରେ ଗ୍ୟାଙ୍ଗୱାର, ୨ ଯୁବକ ଗୁରୁତର

ବଲାଙ୍ଗିର: ଅପରାଧୀଙ୍କ ଗଡ଼ ପାଲଟିଛି ବଲାଙ୍ଗିର । ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗିର ସହରର ହାତୀଶାଳପଡ଼ାରେ ଗ୍ୟାଙ୍ଗୱାର ଘଟିଛି । ଦୁଇ ଜଣ ଯୁବକକୁ ଖଣ୍ଡା, ଟାଙ୍ଗିଆ, ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଏଥିରେ ନୀଳ କୁମ୍ଭାର ଓ ବିଶାଳ ଶର୍ମା ଗୁରୁତର ଆହତ ହୋଇଛନ୍ତି । ୨ ଗୁରୁତର ଯୁବକଙ୍କୁ ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରାଯାଇଛି ।
ଉଭୟଙ୍କୁ ୧୪ ଜଣ ଯୁବକ ଆକ୍ରମଣ କରିଥିବା ସୂଚନା ମିଳିଛି । ଟାଉନ ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣରୁ ୨ ଯୁବକଙ୍କୁ ସଂଘବଦ୍ଧ ଭାବେ ଏତେ ଯୁବକ ଆକ୍ରମଣ କଲେ ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି ।