ମୁଖ୍ୟ ରାସ୍ତା ପାଲଟିଲା ରଣକ୍ଷେତ୍ର : ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ମାରପିଟ, ଜାଳିଦେଲେ ବାଇକ
1 min read
ନନ୍ଦିଘୋଷ ବ୍ୟୁରୋ : ବାଲୁଗାଁ ବଜାର ମୁଖ୍ୟ ରାସ୍ତା ପାଲଟିଲା ରଣକ୍ଷେତ୍ର । ଗୁଣ୍ଡୁରୁପୁରୁ ଛକ ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ । ମୋରମ ଗାଡିକୁ କେନ୍ଦ୍ରକରି ପ୍ରଥମେ ବଚସା ଓ ପରେ ପରେ ହୋଇଥିଲା ଗଣ୍ଡଗୋଳ। ଗୁଣ୍ଡୁରୁପୁର ଛକରେ କିଛି ବାଇକ ଜାଳିଦେବା ସହିତ ସାହି ଭିତରେ ପଥର ଭିଙ୍ଗାଫିଙ୍ଗି ଚାଲିଥିଲା । ଏହି ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଉଭୟ ପକ୍ଷରୁ ୨ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ମେଡିକାଲ ଭର୍ତ୍ତି ହୋଇଥିବା ଜଣାଯାଇଛି। ଘଟଣା ସ୍ଥଳରେ ଖୋର୍ଦ୍ଧା SP ପହଞ୍ଚି ସ୍ଥିତିକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ବାଲୁଗାଁ SDPOଙ୍କ ସହିତ ନାଚୁଣୀ, ବାଣପୁର ଓ ବାଲୁଗାଁ ଥାନାର ତିନି ଜଣ IIC ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସେପଟେ ବାଲୁଗାଁ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣ ରହିଛି। ୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି। କାହାରିକୁ ଏ ପର୍ଯ୍ୟନ୍ତ ଅଟକ କି ଗିରଫ କରାଯାଇନାହିଁ । ଘଟଣାର ଅନୁଧ୍ୟାନ ଚାଲିଥିବା ନେଇ ସୂଚନା ଦେଲେ ଜିଲ୍ଲା ଏସପି ଶାଗରିକା ନାଥ।