ଆକାଶରୁ ସିଧା ମଣ୍ଡପକୁ ଓହ୍ଲାଇ ଆସିଲା ବର

1 min read

ସମସ୍ତେ ଚାହାଁନ୍ତି ନିଜ ନିଜ ବାହାଘରକୁ ସବୁଦିନ ପାଇଁ ଚିର ସ୍ମରଣୀୟ କରିବା ପାଇଁ । ସେଥିପାଇଁ ନୂଆ ନୂଆ ପ୍ଲାନିଂ ବି କରନ୍ତି । ଏମିତି କି ଆଜିକାଲି ବଲିଉଡରେ ବାହାଘରରେ ବି ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଡେଷ୍ଟିନେସନ୍ କିମ୍ବା ଥିମ୍ ୱେଡିଂର ପ୍ଲାନ୍ କରାଯାଉଛି । କିନ୍ତୁ ଏବେ ଆଉ ଏକ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଆକାଶରୁ ଉଡ଼ି ଉଡ଼ି ଆସି ବେଦୀରେ ବର ପହଞ୍ଚିବା କଥା ଆପଣ କେବେ ଶୁଣିଛନ୍ତି କି ? କଥାଟି ଅଜବ ଲାଗୁଥିଲେ ବି ସତ । ଏମିତି ଏକ ନିଆରା ବାହାଘର ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହୋଇଛି ।

ଭିଡିଓରେ ଦେଖାଯାଉଛି କି ଟିକେ ହଟକେ ଅନ୍ଦାଜରେ ନିଜ ବାହାଘରରେ ଗ୍ରାଣ୍ଡ ଏଣ୍ଟ୍ରି ମାରିଛନ୍ତି ଅକ୍ଷୟ ଯାଦବ । ସେ ଭାରତୀୟ ହୋଇଥିବା ବେଳେ ଆମେରିକାରେ ରହୁଥିବା ଜଣାପଡ଼ିଛି । ମେକ୍ସିକୋର ଲାଁସ୍ କୈବୋସର ଗଗନ୍ ପ୍ରୀତଙ୍କୁ ବାହା ହେବା ପାଇଁ ବେଦୀରେ ଏମିତି ଏଣ୍ଟ୍ରି କରିଛନ୍ତି ଅକ୍ଷୟ । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆକାଶ ଯାଦବ ପାରାଚ୍ୟୁଟରେ ଉଡ଼ି ଉଡ଼ି ଆସି ପହଞ୍ଚିଥିବା ଦେଖିବାକୁ ମିଳିଛି । ତେବେ, ବରକନ୍ୟା ଦୁହେଁ ପେଶାରେ ଆକ୍ଟର୍ ଏବଂ ଡ୍ୟାନ୍ସର୍ ହୋଇଥିବାବେଳେ ଆମେରିକାରେ ରହୁଛନ୍ତି  ।

 

 

Leave a Reply