ବାହା ହେବାକୁ ଆସିଥିଲେ ଯୁବକ ହେଲେ ଉଠାଇ ନେଲା ପୋଲିସ

ଭୁବନେଶ୍ୱର: ଅଧାରେ ରହିଗଲା ବାହାଘର। ବର ବେଶରେ ବାହା ହେବାକୁ ଆସିଥିବା ଯୁବକକୁ ଉଠାଇ ନେଇଛି ପୋଲିସ । ଏହି ପରି ଏକ ଅଭାବନୀୟ ଘଟଣା ନଜରକୁ ଆସିଛି ସୋନପୁର ସହରରେ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଇଛାପୁର ଗାଁର ଅମଜାତ ଖାଁ ବାହା ହେବା ପାଇଁ ସୋନପୁର ଆସିଥିଲେ।
ହେଲେ ତାଙ୍କର ନାଁରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲାଗିଥିଲା । ଏନେଇ ଗତ ୨୭ ତାରିଖରେ ବୋଲଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଯାହାକୁ ଆଧାର କରି ପୋଲିସ ବରକୁ ଉଠାଇ ନେଇଥିବା ଜଣାପଡିଛି । ବାହାଘର ପାଇଁ ସୋନପୁର ସହରର ଝୁପୁଡିପଡାକୁ ଆସିଥିବାବେଳେ ବର ଅମଜାତକୁ ସୋନପୁର ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଛି।
ଅପର ପକ୍ଷରେ ବର ପକ୍ଷରୁ ହତ୍ୟା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବରର ବାପା। ସୋନପୁର ପୋଲିସ ଅଭଯୁକ୍ତ ବରକୁ ଅଟକ ରଖି ବୋଲଗଡ଼ ପୋଲିସର ଆସିବାକୁ ଅପେକ୍ଷା କରିଥିବା ସୁତ୍ରରୁ ପ୍ରକାଶ ।