ବିବାହ ଦିନ ନାଚ କରି ଫସିଗଲା ବର, କନ୍ୟା ନାରାଜ

ମୁମ୍ବାଇ: ମଣ୍ଡପ ସଜା ହୋଇଥାଏ, ଡିଜେ ବାଜୁଥାଏ, କନ୍ୟାର ଘର ଦ୍ୱାର ନିକଟରେ ପହଞ୍ଚିଲେ ବରଯାତ୍ରୀ । ବର ତା’ ସାଙ୍ଗ ମାନଙ୍କ ସହିତ ମିଶି ନାଚିବାକୁ ଲାଗିଲା ।  ଡିଜେର ତାଳେ ତାଳେ ବର ଜଣକ ଏତେ ସମୟ ନାଚିଲେଯେ, ଶେଷରେ କନ୍ୟାଙ୍କ ପିତା ରାଗିଗଲେ । ପରିଣାମ ସ୍ୱରୂପ ବାହାଘରକୁ ଆସିଥିବା ଆଉ ଜଣେ ଯୁବକଙ୍କ ସହିତ ଝିଅକୁ ବାହା କରିଦେଲେ ।

କାହାଣୀଟି ଆପଣଙ୍କୁ କୌଣସି ସିନେମା ଭଳି ମନେ ହେଉଥିବ । କିନ୍ତୁ ଘଟଣାଟି ସତ । ଘଟଣା ମହାରାଷ୍ଟ୍ରର ବୁଲଢ଼ାଣାର  ଜିଲ୍ଲାର ମଲକାପନୁର ପଙ୍ଗରା ଗାଁ’ର । ଏପ୍ରିଲ ୨୪ରେ ଥିଲା ବାହାଘର । ଝିଅର ବାପାଙ୍କ ଅଭିଯୋଗ ହେଉଛି ବର ମଦରେ ଟଳମଳ ହେଉଥିଲା, ଯେଉଁଥିପାଇଁ ସେ ତାଙ୍କ ଝିଅକୁ ତା ସହିତ ବାହା କଲେନାହିଁ ।

ଝିଅର ବାପା ଏହା ମଧ୍ୟ ଅଭିଯୋଗ ଆଣିଛନ୍ତିଯେ, ବରଯାତ୍ରୀ ତାଙ୍କ ଘର ଦ୍ୱାର ନିକଟରେ ୪ଟା ବେଳେ ପହଞ୍ଚିଲା, କିନ୍ତୁ ବର ରାତି ୮ଟା ଯାଏଁ ନାଚ କରୁଥାଏ । ଯାହା ସମସ୍ତଙ୍କୁ ବ୍ୟସ୍ତ ବିବ୍ରତ କରି ପକାଇଲା । ବିଳମ୍ବର କାରଣ ପଚାରିବାରୁ ବରଯାତ୍ରୀ ମାରପିଟ୍‌ ଆରମ୍ଭ କରିଦେଲେ । ଏହାପରେ ଝିଅଘର ବରଯାତ୍ରୀଙ୍କୁ ଖୁବ ପିଟିଲେ ଏବଂ ଖାଇବାକୁ ନ ଦେଇ ବିଦାୟ କରିଦେଲେ ।  ମାମଲା ଶେଷରେ ପଞ୍ଚାୟତରେ ପହଞ୍ଚିଲା । ଏଥିରେ ଧାର୍ଯ୍ୟ ହେଲାଯେ, ଝିଅର ବାହାଘର ହେବ, କିନ୍ତୁ ଅନ୍ୟ ଜଣେ ଯୁବକଙ୍କ ସହ ।