ବଲାଙ୍ଗୀର: ବରଯାତ୍ରୀଙ୍କ ଉପରେ ଚଢ଼ିଗଲା ବରଗାଡ଼ି, ଜଣେ ମୃତ

1 min read

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ବାଘଝରନ ଗାଁରେ ଅଭାବନୀୟ ଘଟଣା I ବରଯାତ୍ରୀଙ୍କ ଉପରେ ଚଢିଗଲା ବରଗାଡ଼ି । କାର ଚଢିଯିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ଜଣ ଆହତ ହୋଇଛନ୍ତି । ୨ ଗୁରୁତରଙ୍କୁ ବଲାଙ୍ଗୀର ବିବିଏମସିଏଚ୍ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ହୁତାଶନ ବରିହାଙ୍କ ବିବାହ ପାଇଁ ବରଯାତ୍ରୀ ବାହାରିଥିଲେ ।

ଗାଁରେ ପୂଜାର୍ଚ୍ଚନା ପରେ ବାଜା ବାଣ ସହିତ ଶୋଭାଯାତ୍ରା ହେଉଥିଲା । ଏହି ସମୟରେ ହଠାତ ବର ବସିଥିବା କାରଟି ଲୋକଙ୍କ ଉପରେ ଚଢିଯାଇଥିଲା । ଗୁରୁତରଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଲେ ରାଜା ବରିହା । କାର ଡ୍ରାଇଭର ମଦ୍ୟପାନ କରି ଦୁର୍ଘଟଣା ଘଟାଇଥିବା ଅଭିଯୋଗ ହୋଇଛି । ଡ୍ରାଇଭର ଦୁର୍ଯ୍ୟୋଧନ ନାଗକୁ ଅଟକ ରଖି ତଦନ୍ତ କରୁଛି ପୋଲିସ ।