spot_img

Latest Posts

କରୋନାର ଡର: ମହିଳାଙ୍କ ଛିଙ୍କ ପାଇଁ ୨୬ ଲକ୍ଷ ଟଙ୍କାର ମାଲ ଫୋପାଡିଲା ମଲ୍

କରୋନା ଭାଇରସ ସମଗ୍ର ବିଶ୍ୱରେ ଏକ ଆତଙ୍କ ସୃଷ୍ଟି କରିଛି | ଏହାର ଭୟାବହତାକୁ ଆକଳନ କରାଯାଇପାରେ ଯେତେବେଳ ଯେ ଜଣେ ମହିଳା କିଛି ସାମଗ୍ରୀ କିଣିବା ପାଇଁ ଏକ ମଲରେ ପହଞ୍ଚିଥିଲେ | ଏହି ସମୟରେ ସେ ଛିଙ୍କିଥିଲେ। ସେ ଛିଙ୍କିବା ମାତ୍ରେ ତୁରନ୍ତ ୨୬ ଲକ୍ଷ ଟଙ୍କାର ଜିନିଷ ମଲରୁ ଫୋପାଡି ଦିଆଯାଇଥିଲା | ତେବେ ପରେ ମହିଳାଙ୍କୁ ଗିରଫ କରାଯାଇଥିଲା।

ବାସ୍ତବରେ, ଏହି ପୁରା ଘଟଣା ଆମେରିକାର ପେନସିଲଭାନିଆର | ନ୍ୟୁଜ୍ ଏଜେନ୍ସି ସିଏନ୍ଏନ୍ ଏହାର ରିପୋର୍ଟରେ କହିଛି ଯେ ଏଠାରେ ଥିବା ଏକ ମଲରେ ୩୫ହଜାର ଡଲାର ଅର୍ଥାତ ପ୍ରାୟ ୨୬ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଫିଙ୍ଗି ଦିଆଯାଇଛି। ଏହାର କାରଣ ହେଉଛି ମହିଳା ଜଣକ ମଲର ଏକ ବିଭାଗରେ ଛିଙ୍କିଥିଲେ। କଥାଟି ଶୁଣିଲେ ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ।

ଦୋକାନୀଙ୍କ କହିବାନୁସାରେ, ମହିଳା ଦୋକାନରେ ପ୍ରବେଶ କରିବା ମାତ୍ରେ ଛିଙ୍କିବା ଆରମ୍ଭ କରିଥିଲେ। ସେ ଦୋକାନ ସାମ୍ନାରେ ରଖାଯାଇଥିବା ବେକେରୀ ସାମଗ୍ରୀ ଏବଂ ମାଂସ ଉପରେ ଛିଙ୍କିବା ଆରମ୍ଭ କଲେ | ସଙ୍ଗେ ସଙ୍ଗେ ଦୋକାନ ମାଲିକ ସମସ୍ତ ସାମଗ୍ରୀ ଫିଙ୍ଗିଦେଲେ | ପୋଲିସକୁ ଡକାଯାଇ ମହିଳାଙ୍କୁ ଗିରଫ କରାଯାଇଥିଲା।

ମାଲିକ ଭୟ କରୁଥିଲେ ଯେ କାଳେ ଏହି ମହିଳା ଜଣଙ୍କ କରୋନା ପଜିଟିଭ୍ | ଏହା ପରେ ସେ ତୁରନ୍ତ ପୋଲିସକୁ ଡାକିଥିଲେ। ତେବେ ମହିଳା ଜଣକ ଉଦ୍ଦେଶ୍ୟମୂଳକ ଭାବେ ଏହା କରିଥିବା ପୋଲିସ କହିଛି। ବର୍ତ୍ତମାନ ଏହି ମହିଳାଙ୍କୁ ଅପରାଧିକ ମାମଲା ପାଇଁ ବିଚାର କରାଯିବ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ମହିଳା ଜଣକ କରୋନା ଭାଇରସ ପଯେଟିଭ୍ ନୁହଁନ୍ତି। କିନ୍ତୁ ତାଙ୍କୁ ପରୀକ୍ଷା କରାଯିବ ବୋଲି ପୋଲିସ କହିଛି। ଏହି ବିଷୟରେ ଦୋକାନ ମାଲିକଙ୍କ ବୟାନ ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ପରେ ସେ ପୁରା ମଲ୍ ସଫା କରିଛନ୍ତିଏଠାରେ କହି ରଖୁଛୁ ଯେ ଆମେରିକାରେ କରୋନା ଭାଇରସ ରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଚାଇନା ଠାରୁ ମଧ୍ୟ ବଢ଼ି ୮୩,୫୦୦ କୁ ପହଞ୍ଚିଛି।

Latest Posts

Don't Miss