ପ୍ରତିବାଦ କରୁଥିବା ବେଳେ ଗ୍ରେଟା ଥନବର୍ଗଙ୍କୁ ଅଟକ ରଖିଲା ଜର୍ମାନୀ ପୋଲିସ

ନୂଆଦିଲ୍ଲୀ: ସ୍ୱିଡେନର ଫେମସ୍ ପରିବେଶବିତ୍ ଗ୍ରେଟା ଥନବର୍ଗ ଅଟକ । ଗ୍ରେଟାଙ୍କୁ ଅଟକ ରଖିଛି ଜର୍ମାନୀ ପୋଲିସ । ଏକ କୋଇଲା ଖଣି ବିରୋଧରେ ପ୍ରତିବାଦ କରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଛି । ତାଙ୍କ ସହ ଆଉ କେତେକ ବିକ୍ଷୋଭକାରୀଙ୍କୁ ମଧ୍ୟ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ଗ୍ରେଟା ଜର୍ମାନୀର ଏକ ଗାଁରେ କୋଇଲା ଖଣି ସମ୍ପ୍ରସାରଣ ପାଇଁ ରାସ୍ତା ନିର୍ମାଣକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ ।

ଗ୍ରେଟାଙ୍କ ସହ ଅନ୍ୟ ସମାଜସେବୀ ମଧ୍ୟ ସାମିଲ ହୋଇଥିଲେ । ବିକ୍ଷୋଭସ୍ଥଳରୁ ପୋଲିସ ଗ୍ରେଟାଙ୍କ ସମେତ ଅନ୍ୟ ସମସ୍ତଙ୍କୁ ମଧ୍ୟ ଉଠାଇ ନେଇଥିଲା । ତେବେ ସେମାନଙ୍କୁ ଗିରଫ କରାଯାଇନି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଲୁଏଟରାଥଠାରୁ ପ୍ରାୟ ୯ କିଲୋମିଟର ଦୂର କୋଇଲା ଖଣି ନିକଟରେ ପ୍ରତିବାଦ ପ୍ରଦର୍ଶନ କରୁଥିବା ବେଳେ ଥନବର୍ଗଙ୍କୁ ପୋଲିସ ଉଠାଇ ନେଇଥିଲା । ତେବେ ପରେ ସମସ୍ତଙ୍କୁ ପୋଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି ।