spot_img

Latest Posts

ପାକିସ୍ତାନରେ ସେନା ସମର୍ଥକ ରାଲି ଉପରେ ଗ୍ରେନେଡ୍ ମାଡ଼

ନନ୍ଦିଘୋଷ ବ୍ୟୁରୋ : ବୁଧବାର ଦିନ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଏକ ସେନା ସମର୍ଥକ ରାଲିରେ ଗ୍ରେନେଡ ମାଡ କରାଯାଇଛି ।  ଏକ ମୋଟରସାଇକେଲରେ ଆସି ଜଣେ ସନ୍ଦିଗ୍ଧ ବ୍ୟକ୍ତି ଗ୍ରେନେଡ ଫିଙ୍ଗିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ମୁଖ୍ୟ ମହମ୍ମଦ ମାଲାଘାନି କହିଛନ୍ତି, ଆକ୍ରମଣଟି ବେଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାରେ ଘଟିଥିଲା। ସେ କହିଛନ୍ତି ଯେ ପ୍ରାୟ ୧୫୦ ଜଣ ଲୋକ କାର ଓ ମୋଟରସାଇକେଲରେ ସହରର ଏକ ହକି ଗ୍ରାଉଣ୍ଡ ଆଡକୁ ଯାଉଥିଲେ ଯେଉଁଠାରେ ଭାରତ ବିରୁଦ୍ଧରେ ପାକିସ୍ତାନ ସେନାର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ। ସେ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ସରକାରଙ୍କ ଦ୍ୱାରା ଆୟୋଜିତ ହୋଇଥିଲା। ସରକାରୀ ହସ୍ପିଟାଲର ମୁଖପାତ୍ର ୱାସିମ ବେଗ୍ କହିଛନ୍ତି,  ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଆକ୍ରମଣରେ କୌଣସି ସଂଗଠନ ନଜକୁ ଦାୟୀ କରିନଥିବା ବେଳେ ବାଲୁଚ୍ ଲିବରେସନ୍ ଆର୍ମି ଉପରେ ସନ୍ଦେହ କରାଯାଉଛି ।

Latest Posts

Don't Miss