ବିଜେଡିରେ ଯୋଗଦାନ ପରେ କାର୍ତ୍ତିକ ପାଣ୍ଡିଆନଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

1 min read

ଭୁବନେଶ୍ବର: ବିଜେଡିରେ କାର୍ତ୍ତିକ ପାଣ୍ଡିଆନଙ୍କ ଯୋଗଦାନ ପରେ ସୋସିଆଲ୍ ମିଡିଆରେ ସବୁଆଡୁ ଶୁଭେଚ୍ଛା ଓ ଶୁଭକାମନାର ସୂଅ ଛୁଟିବାରେ ଲାଗିଛି । ହଜାର ହଜାର ସଂଖ୍ୟାରେ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି । କେହି କେହି ନବୀନ ଓଡ଼ିଶାର କର୍ମଯୋଗୀ ଆଖ୍ୟା ତାଙ୍କୁ ପ୍ରଦାନ କରୁଛନ୍ତି ତ ଆଉ କେହି କହୁଛନ୍ତି ନିଃସ୍ବାର୍ଥପର ବ୍ୟକ୍ତିତ୍ବ । ପ୍ରଗତି ପଥରେ ନବୀନ ପରିବର୍ତ୍ତନ ହେଉ କିମ୍ବା ଐତିହ୍ୟ, ସଂସ୍କୃତି ଓ ସୁରକ୍ଷାର ଜାଗ୍ରତ ପ୍ରହରୀ ବୋଲି ତାଙ୍କୁ ଅବିହିତ କରାଯାଇଛି । ଲୋକଙ୍କୁ ଜଣେ ନିଜ ପରିବାର କଲେ ଏବଂ ସେହି ପଥରେ ଜଣେ IAS ଚାକିରି ଛାଡିଲେ ବୋଲି ଏକ୍ସରେ ଲୋକେ ଉଲ୍ଲେଖ କରି ଶୁଭେଚ୍ଛା ଜଣାଇଛନ୍ତି । କିଛି ପୋଷ୍ଟର ମଧ୍ୟ ଏଭଳି ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ ଉଲ୍ଲେଖ ରହିଛି, ଓଡ଼ିଶାର ପ୍ରଗତି ଓ ପରିବର୍ତ୍ତନ ପାଇଁ ଏ ପାଦ କେବେ ଅଟକିନି କି ଅଟକିବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକନୀତିକୁ ଆଜି ଗାଁ ଗାଁରେ ପରିଚିତ କରାଇବାରେ ଯାହାଙ୍କର ରହିଛି ପ୍ରମୁଖ ଭୂମିକା ସେହି ବ୍ୟକ୍ତିତ୍ବଙ୍କୁ ସଭିଏଁ ପ୍ରଶଂସା କରୁଛନ୍ତି । କିଛି ପୋଷ୍ଟରରେ ଉଲ୍ଲେଖ ରହିଛି ଭବିଷ୍ୟତର ଭରସା ଆସ ଗଢିବା ନବୀନ ଓଡ଼ିଶା । କାର୍ତ୍ତିକ ପାଣ୍ଡିଆନଙ୍କୁ କର୍ମଯୋଗୀ ଓ ପ୍ରଗତି ପଥରେ ନବୀନ ପରିବର୍ତ୍ତନ ସୂତ୍ରଧର କୁହାଯାଉଛି ।

କାର୍ତ୍ତିକ ପାଣ୍ଡିଆନ ବିଜେଡିରେ ଯୋଗ ଦେବା ପରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ନେତା, ବିଧାୟକ ଏବଂ ମନ୍ତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍ତି। ବିଜେଡିରେ ବିଧିବଦ୍ଧ ଭାବେ ଯୋଗଦେବା ପରେ କାର୍ତ୍ତିକ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବିଜେଡିରେ ଯୋଗଦେଇଛନ୍ତି ପାଣ୍ଡିଆନ । ଓଡ଼ିଶା ଓ ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଇଁ ଏହା ଐତିହାସିକ ମୁହୂର୍ତ୍ତ । ରାଜ୍ୟର ବିକାଶ ପାଇଁ ନିରବଚ୍ଛିନ୍ନ ଉଦ୍ୟମ କରୁଛନ୍ତି କାର୍ତ୍ତିକ ପାଣ୍ଡିଆନ। ଏହାସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଅନ୍ୟପଟେ ବିଜେଡିର ବରିଷ୍ଠ ବିଧାୟକମାନେ ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।