ଗ୍ରିନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ । ଏଇ ମାସରେ ସମସ୍ତ RTOକୁ ପର୍ଯ୍ୟାପ୍ତ ପରିମାଣର ଗ୍ରିନ ଷ୍ଟିକର ଦିଆଯିବ । ଗ୍ରିନ ଷ୍ଟିକର କେବଳ ଏକ ସୂଚକ । ଏଥିପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବଶ୍ୟକତା ନାହିଁ । ପଲ୍ୟୁସନ ପ୍ରମାଣପତ୍ର ଦେବା ବେଳେ ଗ୍ରିନ ଷ୍ଟିକର ଦେଲେ ଭଲ କିନ୍ତୁ ଅଧିକ ବୋଝ ନ ହେବା ଲାଗି ସରକାର ଏହାକୁ ଅଲଗା ରଖିଛନ୍ତି । ନିୟମ ଯେଉଁଥିରେ ଲୋକ ସମସ୍ୟାର ସମ୍ମୁଖୀନ ହେବେ ତାକୁ ସରଳୀକରଣ କରାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।
ସେପଟେ ପରିବହନ ସଚିବ କହିଛନ୍ତି, ନଭେମ୍ବର ୧୦ରୁ ସବୁଜ ଷ୍ଟିକର ମିଳିବ । ଆରଟିଓ କାର୍ଯ୍ୟାଳୟ ଓ ପ୍ରଦୂଷଣ ପରୀକ୍ଷଣ କେନ୍ଦ୍ରରେ ଷ୍ଟିକର ମିଳିବ ବୋଲି କହିଛନ୍ତି ପରିବହନ ବିଭାଗ ସଚିବ ଉଷା ପାଢୀ । ଏହା କିନ୍ତୁ ବାଧ୍ୟତାମୂଳକ ନୁହେଁ । ପ୍ରଦୂଷଣ ସାର୍ଟିଫିକେଟ ବାଧ୍ୟତାମୂଳକ। ସବୁଜ ଷ୍ଟିକର କିନ୍ତୁ ଲଗେଇଲେ ଭଲ ବୋଲି କହିବା ସହ ସୁବାହକ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଷ୍ଟିକର ଲଗାଇବା ଗର୍ବର କଥା ହେବା କଥା । ମୋ ଗାଡ଼ି ପ୍ରଦୂଷଣ ମୁକ୍ତ ବୋଲି ଗର୍ବ କରିବା କଥା । ଯେଉଁମାନେ PUC ପାଇ ସାରିଛନ୍ତି ସେମାନେ RTO କାର୍ଯ୍ୟାଳୟରୁ ଟିକେଟ ନେଇ ପାରିବେ । ପେଟ୍ରୋଲ ସାଙ୍ଗରେ ନିୟମର କଣସି ସମ୍ପର୍କ ନାହିଁ । କିନ୍ତୁ ଲୋକଙ୍କୁ ନୀତି ନିୟମ ମାନିବ ପାଇଁ ସରକାର ସଚେତନ କରୁଛନ୍ତି । ନିଜ ଦାୟିତ୍ୱ ନିଜେ ତୁଲାଇବା ଦରକାର ବୋଲି ପରିବହନ ସଚିବ କହିଛନ୍ତି ।

