VIMSARର ୯ ମହଲା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲକୁ ସବୁଜ ସଂକେତ

1 min read
Offline Exams Cancelled In Burla VIMSAR After 29 MBBS Students Tested Corona Positive

ସମ୍ବଲପୁର: ଭିମସାରର ବହୁ ପ୍ରତୀକ୍ଷିତ କୋଭିଡ୍‌ ହସ୍ପିଟାଲକୁ ମିଳିଛି ଗ୍ରୀନ ସିଗନାଲ । ମାସକ ମଧ୍ୟରେ ସମସ୍ତ ସର୍ତ୍ତ ପୂରଣ କରିବା ପରେ ହସ୍ପିଟାଲକୁ କାର୍ଯ୍ୟ କରିବାକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି ।  ଅଗ୍ନିନିରାପତ୍ତା ନିମନ୍ତେ ମିଳିଛି ଏକ ମାସର ସର୍ତମୂଳକ ଅନୁମତି । ଭୀମସାରର ନବନିର୍ମିତ ୯ ମହଲା କୋଠାକୁ କୋଭିଡ ହସ୍ପିଟାଲ କରିବା ନେଇ ମୁଖ୍ୟ ଶାସନ ସଚିବ ଘୋଷଣା କରିଥିଲେ । ଏହି ହସ୍ପିଟାଲରେ ୧୦୦ ଟି ଶଯ୍ୟା ସହିତ ୨୪ ଟି ଆଇସିୟୁ ରହିବ ନେଇ ଘୋଷଣା ହୋଇଥିଲା ।

ଗତ ୧୨ ତାରିଖରେ ଏହି କୋଭିଡ୍‌ ହସ୍ପିଟାଲ ସମ୍ପୂର୍ଣ ଭାବେ କାର୍ଯ୍ୟକ୍ଷମ ହେବ କଥା । ହେଲେ ବର୍ତ୍ତମାନ ସୁଦ୍ଧା ଅଗ୍ନିନିରାପତ୍ତା ବ୍ୟବସ୍ଥା ସଠିକ ଭାବେ ସମ୍ପୂର୍ଣ୍ଣ ହୋଇନଥିବା ଯୋଗୁଁ ଅଗ୍ନିଶମ ବିଭାଗ ପକ୍ଷରୁ ଏହାର NOC ଦିଆଯାଇନାହିଁ । ଫଳରେ ଏହି ୯ ମହଲା କୋଠାରୁ କେବଳ ଗୋଟାଏ ମହଲାକୁ ହିଁ କୋଭିଡ ରୋଗୀଙ୍କ ପାଇଁ ତରବରିଆ ଭାବେ କାର୍ଯ୍ୟକ୍ଷମ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କେବଳ ୩୨ଟି ଶଯ୍ୟା ରହିବ ।

ତେବେ ଆଗାମୀ କିଛି ଦିନ ମଧ୍ୟରେ ଏହାର ସମସ୍ତ ଆଇସିୟୁ ବ୍ୟବସ୍ଥା କରାଯିବା ସହ ଏହାର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସଂପୂର୍ଣ କରାଯାଇ ଏହାକୁ ପୂର୍ଣ ଭାବରେ କାର୍ଯ୍ୟକ୍ଷମ କରାଯିବ ବୋଲି ଭୀମସାର ନିର୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା ଦେଇଛନ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଏକ ମାସ ମଧ୍ୟରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସଂପୂର୍ଣ୍ଣ କରିବା ପରେ ଯାଇ କୋଠାକୁ କୋଭିଡ ହସ୍ପିଟାଲ ନିମନ୍ତେ ଅନୁମତି ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।

Leave a Reply