spot_img

Latest Posts

ହରଡ଼ଘଣାରେ ସୀମା ଓ ସଚିନ୍

ନନ୍ଦିଘୋଷ ବ୍ୟୁରୋ: ପୁଣି ଚର୍ଚ୍ଚାରେ ସୀମା ହାଇଦର । ଏବେ ପ୍ରେମୀଯୁଗଳ ସୀମା ହାଇଦର ଓ ସଚିନ ମୀନା ହରଡଘଣାରେ । ସୀମାଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ପାକିସ୍ତାନରୁ ଭାରତକୁ ଆସି ସୀମାଙ୍କ ନାଁରେ କେସ୍ ଦେଇଛନ୍ତି । କେବଳ ସୀମାଙ୍କ ନାମରେ ନୁହଁ ତାଙ୍କ ସ୍ୱାମୀ ସଚିନ ଓ ତାଙ୍କ ବାପା ନେତ୍ରପାଳଙ୍କ ବିରୋଧରେ ଏତଲା ଦାୟର କରିଛନ୍ତି । ଗୋଟିଏ କି ଦୁଇଟି ନୁହେଁ ୨୦ ଟି ଧାରା ଅନୁଶାରେ ମାମଲା ଦାୟର ହୋଇଛି ।

ସୂଚନା ଅନୁଯାୟୀ, ଗ୍ରେଟର ନୋଏଡାରେ ରହୁଥିବା ସୀମା ହାଇଦାରଙ୍କ ପାକିସ୍ତାନୀ ସ୍ୱାମୀ ଗୁଲାମ ହାଇଦର ଏବଂ ତାଙ୍କ ଓକିଲ ସୁରଜପୁର ଜିଲ୍ଲା କୋର୍ଟରେ ପହଞ୍ଚିଛନ୍ତି। ସୀମା, ତାଙ୍କ ସ୍ୱାମୀ ସଚିନ ମୀନା ଏବଂ ପିତା ନେତ୍ରପାଳଙ୍କ ବିରୋଧରେ ଏଫଆଇଆର ଦେବା ପାଇଁ କୋର୍ଟରେ ୧୫୬/୩ ଅଧୀନରେ ଏକ ଆବେଦନ କରାଯାଇଛି।

ଗୁଲାମଙ୍କ ଆବେଦନକୁ ନେଇ କୋର୍ଟ ଜେବର ପୋଲିସକୁ ନୋଟିସ ଜାରି କରିଛନ୍ତି । କୋର୍ଟଙ୍କ ନୋଟିସରେ ଜେବର ପୋଲିସକୁ ଏପ୍ରିଲ ୧୮ ତାରିଖ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାୟ ୨୦ ଟି ଧାରା ଅଧୀନରେ ଏକ ମାମଲା ପଞ୍ଜିକରଣ ପାଇଁ ଆବେଦନ କରାଯାଇଛି । ସୀମା ତାଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ଗୁଲାମ ହାଇଦର କହିଛନ୍ତି । ସୀମା ଓ ସଚିନଙ୍କ ବିବାହକୁ ସେ ଖଣ୍ଡନ କରିଛନ୍ତି ।

ଗୁଲାମ ହାଇଦରଙ୍କ ଆଇନଗତ କାର୍ଯ୍ୟ ପ୍ରକ୍ରିୟା ପରେ ସୀମା ହାଇଦର ଏବଂ ସଚିନ ମୀନାଙ୍କ ପାଇଁ ସମସ୍ୟା ବଢିପାରେ । କାରଣ ଗୁଲାମ ହାଇଦର ତାଙ୍କ ଚାରି ସନ୍ତାନଙ୍କୁ ତାଙ୍କୁ ହସ୍ତାନ୍ତର କରିବା ପାଇଁ ଭାରତ ସରକାରଙ୍କ ନିକଟରେ ନିବେଦନ କରିସାରିଛନ୍ତି।

ଏହାପୂର୍ବରୁ ଗୁଲାମ ହାଇଦରଙ୍କ ଓକିଲ ସୀମା ଏବଂ ସଚିନଙ୍କୁ ୩ କୋଟି ଟଙ୍କାର ନୋଟିସ ପଠାଇଥିଲେ। ଜରିମାନା ଜମା ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ମଧ୍ୟ ଚେତାବନୀ ଦିଆଯାଇଥିଲା ।

ସୂଚନା ଥାଉକି, ସୀମା ହାଇଦାର ତାଙ୍କ ଚାରି ପିଲାଙ୍କ ସହ ବେଆଇନ ଭାବେ ନେପାଲ ଦେଇ ଗ୍ରେଟର ନୋଏଡାର ରବୁପୁରା ଗାଁର ତାଙ୍କ ପ୍ରେମିକ ସଚିନଙ୍କ ପାଖକୁ ଚାଲି ଆସିଥିଲେ ଏଠାରେ ଉଭୟଙ୍କର ବିବାହ ହୋଇଥିଲା ।

Latest Posts

Don't Miss