ଆଈଙ୍କୁ ମାଡ଼ ମାରିଲା ନାତୁଣୀ: ଭିଡିଓ ଭାଇରାଲ କଲେ ଗାଁ ଲୋକେ

1 min read

ନିଆଳୀ: ଆଈଙ୍କୁ ନାତୁଣୀର ମାଡ଼ । ଖାଇବା ମାଗିବାରୁ ଆଈକୁ ମାଡ଼ ମାରି ଚେତାଶୂନ୍ୟ କଲା ନାତୁଣୀ । ଏଭଳି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ସଦର ଥାନା ସୁମାଣ୍ଡି ଗାଁରେ । ବୃଦ୍ଧା ଜଣକ ଖାଇବା ପାଇଁ ଜିଦ୍‌ କରିବାରୁ ନାତୁଣୀ ଖାଇବାକୁ ଦେବା ବଦଳରେ ମାଡ଼ ମାରିଥିଲେ । ବୃଦ୍ଧାଙ୍କୁ ଏକ ଲୁହା ପିଠା ଖଡ଼ିକାରେ ଅତି ଅମାନୁଷିକ ଭାବରେ ମାଡ଼ ମାରି ଅଚେତ୍‌ କରୁଛି ନାତୁଣୀ । ଫଳରେ ବୃଦ୍ଧାଙ୍କ ମୁ୍ଣ୍ଡରେ ଗଭୀର ଆଘାତ ଲାଗିଛି । ଆଉ ଏଭଳି ଅମାନବୀୟ ଘଟଣାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ପୂର୍ବରୁ ମଧ୍ୟ ବୃଦ୍ଧାଙ୍କୁ ଏଭଳି ବହୁବାର ମରାପିଟ୍‌ କରୁଥିବାବେଳେ କେହି ଆକଟ କରୁନଥିବା କହିଛନ୍ତି ଗାଁ ଲୋକେ ।  ବୃଦ୍ଧାଙ୍କ ପ୍ରତି ଏଭଳି ଆଚରଣ ରୋକିବାକୁ ଗାଁଲୋକେ ଭିଡ଼ିଓ ଭାଇରାଲ କରିବା ସହ ପୋଲିସ ପ୍ରଶାସନ ଓ ସାମାଜିକ ସଂଗଠନର ଦୃଷ୍ଟି ଆକର୍ଷଣ କରିଥିବା ଚେଷ୍ଟା କରିଛନ୍ତି । ')}

Leave a Reply