spot_img

Latest Posts

ମଞ୍ଜୁଳାମଣୀ ମିଶ୍ର ଓପନ୍ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା ଉଦଯାପିତ, ଗ୍ରାଣ୍ଡ ମାଷ୍ଟର ସ୍ୱୟଂଶ ମିଶ୍ର ଚାମ୍ପିୟନ

ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ଦିନିକିଆ ମଂଜୁଳାମଣୀ ମିଶ୍ର ଓପନ ବ୍ଲିଜ୍‌ ଚେସ୍‌ ପ୍ରତିଯୋଗିତା। ଅଗ୍ରଣୀ ଚେସ୍‌ ପ୍ରଶିକ୍ଷଣ ଏକାଡେମୀ ଏସ.ଆର୍‌.ଚେସ ସେଣ୍ଟର ଓ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଆାମ ପରିବାର ‘ର ମିଳିତ ଉଦ୍ୟମରେ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶା ରିସର୍ଚ ସେଣ୍ଟରଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଯେଉଁଠି ବଛା ବଛା 150 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଓଡ଼ିଶାର ଦ୍ୱିତୀୟ ଗ୍ରାଣ୍ଡ ମାଷ୍ଟର ସ୍ୱୟଂଶ ମିଶ୍ର ଅପରାଜାତି ରହି ସର୍ବାଧିକ ପଏଣ୍ଟ ସହ ଚାମ୍ପିୟନ ହୋଇଛନ୍ତି। ଉଦଯାପନୀ ଉତ୍ସବରେ ନନ୍ଧିଘୋଷ ଟିଭିର ସିଇଓ ରଂଜନ ମହାପାତ୍ର ମୁଖ୍ୟ ଅତଥି ଭାବେ ଯୋଗ ଦେଇ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ଶ୍ରୀଯୁକ୍ତ ମହାପାତ୍ରଙ୍କ ସହ ଅନ୍ୟ ଅତିଥି ଭାବେ ଆଇଏଏସ ସୁଶୀଲ କୁମାର ଲୁହାନି, ଚାର୍ଟାଡ୍ ଆକାଉଣ୍ଟାଟ୍ ରାଜା ନାରାୟଣ ତ୍ରିପାଠୀ, ଅଜୟ ନାୟକ ଓ ବିନୋଦିନୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଆଠ ରାଉଣ୍ଡ ଭିତ୍ତିକ ପ୍ରତିଯୋଗିତାରେ ବିଭିନ୍ନ ବର୍ଗର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ 6 ବର୍ଷରୁ ଆରମ୍ଭ କରି 50 ବର୍ଷରୁ ଅଧକ ବୟସର ଖେଳାଳି ଭାଗ ନେଇଥିଲେ। ଚେସର ଟ୍ୱେଣ୍ଟି ଟ୍ୱେଣ୍ଟି କୁହାଯାଉଥିବା ଏହି ବ୍ଲିଜ୍‌ ପ୍ରତିଯୋଗିତାର ପ୍ରତ୍ୟେକ ଗେମର ସମୟ ସୀମା 3 ମିନିଟ 2 ସକେଣ୍ଡ ରହିଥିଲା। ଖୁବ କମ ସମୟରେ ସନ୍ତୁଳନ ରକ୍ଷା କରି ଠିକ୍‌ ନିଷ୍ପତ୍ତି ନେଉଥିବା ଖେଳାଳିଙ୍କୁ ହିଁ ଏହି ପ୍ରତିଯୋଗିତାରେ ସଫଳ ହୋଇଛନ୍ତି। କମ୍ପିଟିସନ ଆରମ୍ଭ ହେବା ପୂର୍ବରୁ ସ୍ଥାନୀୟ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା ରଙ୍ଗା ରଙ୍ଗ ଉଦଘାଟନୀ ଉତ୍ସବ।

ଏହି ଉଦଘାଟନୀ ଉତ୍ସବରେ ନନ୍ଦିଘୋଷ ଟିଭର ସିଇଓ ରଂଜନ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଚେସ ଖେଳ ଓ ଏହା କେତେଦୂର ଜଣେ ଖେଳାଳି ମାଇଣ୍ଡକୁ ଅଧିକ କ୍ରୀୟାଶୀଳ ଓ ବିକଶିତ କରାଇଥାଏ ସେ ବିଷୟରେ ମତ ରଖିଥିଲେ। ଏହି ଅବସରରେ ‘ଆମ ପରିବାର’ ଅନୁଷ୍ଠାନ ପକ୍ଷରୁ ଶୀ ମହାପାତ୍ରଙ୍କୁ ପଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଚେସ୍‌ ଆସୋସିଏସନ ଓ ଅଲ ଓଡ଼ିଶା ଚେସ୍‌ ଆସୋସିଏସନ ଆନୁକୁଲ୍ୟରେ ଏହି ପ୍ରତିଯୋଗିତା ପରିଚାଳିତ ହୋଇଥିଲା।

Latest Posts

Don't Miss