spot_img

Latest Posts

ପାହାଡ଼ ବ୍ଲାଷ୍ଟ କରି ମାଫିଆ ଲୁଟି ଚାଲିଛନ୍ତି ଟ୍ରକ୍‌ ଟ୍ରକ୍‌ ଗ୍ରାନାଇଟ୍‌ ପଥର

ନୟାଗଡ଼: ଖଣି ଲୁଟି ଚାଲିଛନ୍ତି ଖଣି ମାଫିଆ। ଦିନ ରାତି ଚାଲିଛି ବେଆଇନ ପାହାଡ଼ ବ୍ଲାଷ୍ଟିଂ ଓ ଲୁଟ। ନୟାଗଡ଼ ଜିଲ୍ଲା ରଣପୁର ତହସିଲ କୋଟଗଡ଼ ମୌଜାରେ ଦେଖିବାକୁ ମିଳିଛି ପଥର ମାଫିଆ ମାନଙ୍କର ରାଜ୍‌। ଦିନ ଦ୍ୱିପ୍ରହରରେ ଲଣ୍ଡା ହେଉଛି ପାହାଡ଼।। ଏ ଚିତ୍ର ହେଉଛି କୋଟଗଡ଼ ଗ୍ରାନାଇଟ ପଥର ଖଣିର। ଦିନ ରାତି ବ୍ଳାଷ୍ଟିଙ୍ଗ କରି ଫୁଟାଉଛନ୍ତି ଖଣି ଏବଂ ନିର୍ଧାରିତ ଠାରୁ ଢ଼େର ଅଧିକା ପାହାଡ଼ ଖୋଳୁଛନ୍ତି ପଥର ମାଫିଆ। ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ଅର୍ଥ ହାନି ହେବାରେ ଲାଗିଛି।

ଏପଟେ ମାଲେମାଲ ହେଉଛନ୍ତି ଖଣି ମାଫିଆ। ପାହାଡ଼କୁ ଏମିତି ବ୍ଲାଷ୍ଟିଂ କରୁଛନ୍ତି ଯେ ଆଉ କିଛି ଦିନ ପରେ ଏହା ଭୁଲୁଣ୍ଠିତ ହେବ। ଚାରିପରେ ଚାଷ ଜମି ଆଉ ମଝିରେ ରହଛି ଏହି ପାହାଡ଼। ଏଥିପାଇଁ ବ୍ଲାଷ୍ଟିଂ ସମୟରେ ଚାଷ କାର୍ଯ୍ୟ ମଧ୍ୟ ବହୁତ ମାତ୍ରାରେ ପ୍ରଭାବିତ ହେଉଛି। ଦିନରେ ପାହାଡ଼ ଫୁଟାଉଥିବାରୁ ଭୟରେ ଚାଷ ଜମିକୁ ଯାଉନାହାନ୍ତି ଚାଷୀ।

ଏପଟେ ଚାଷୀ ମାନେ ଏହାର ପ୍ରତିବାଦ କଲେ ଖଣି ମାଫିଆ ହତ୍ୟା ଧମକ ଦେଉଥିବା ଅଭିଯୋଗ ହୋଇଛି। କିନ୍ତୁ ଏତେ ସବୁ ପରେ ମଧ୍ୟ ପୋଲିସ ପ୍ରଶାସନ ପୁରା ଚୁପ। ସରକାରୀ ନୀତି ନିୟମ ଫୁ କରି ବେଧଡ଼କ ଭାବେ ଡ଼ିନାମାଇଟ ଲଗାଇ ଖଣି ଫୁଟାଉଛନ୍ତି। ଏପଟେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ କହିଛନ୍ତି ଯେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Latest Posts

Don't Miss