spot_img

Latest Posts

ଏଣିକି ଚାଲାଣ କାଟିପାରିବେ ଗ୍ରାଜୁଏଟ କନେଷ୍ଟବଳ

ଭୁବନେଶ୍ୱର: ଏଣିକି ଗ୍ରାଜୁଏଟ୍‌ କନେଷ୍ଟବଳ ଚାଲାଣ କାଟିବେ। ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରୁଥିବା ଅମାନିଆଙ୍କଠାରୁ ଜରିମାନା ଆଦାୟ କରିବା ଓ ଚାଲାଣ କାଟିବା ପାଇଁ ଗ୍ରାଜୁଏଟ୍‌ କ‌ନେଷ୍ଟବଳଙ୍କୁ କ୍ଷମତା ଦିଆଯାଇଛି। ପୂର୍ବରୁ କମିସନରେଟ୍‌ ପୁଲିସ କରିଥିବା ଏହି ସୁପାରିସ ଉପରେ ରାଜ୍ୟ ସଡ଼କ ପରିବହନ ବିଭାଗ ମୋହର ମାରିଛି। ଏହି ବ୍ୟବସ୍ଥା ଗୋଟିଏ ବର୍ଷ ପାଇଁ କେବଳ କଟକ ଓ ଭୁବନେଶ୍ବରରେ ପାଇଲଟ୍‌ ପ୍ରୋଜେକ୍ଟ ଭାବରେ କାର୍ଯ୍ୟକ୍ଷମ ହେବ। ଏଥିରୁ ସୁଫଳ ମିଳିଲେ ପରେ ଏହା ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାର ସ୍ଥିର କରିଛନ୍ତି। ପୁଲିସ ଅଧିକାରୀ ଅଭାବ କାରଣରୁ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ହୋଇପାରୁନଥିଲା। ବିଶେଷକରି ଏଏସ୍‌ଆଇ ପଦବି କମ୍ ଥିବାରୁ ଆବଶ୍ୟକ ଚାଲାଣ କାଟିବା ସମ୍ଭବ ହେଉନଥିଲା। ତେଣୁ ଗ୍ରାଜୁଏଟ୍‌ କନେଷ୍ଟବଳଙ୍କୁ ଏହି କ୍ଷମତା ଦେବାକୁ କମିସନରେଟ୍‌ ପୁଲିସ ସଡ଼କ ପରିବହନ ବିଭାଗକୁ ସୁପାରିସ୍‌ କରିଥିଲା। ଏବେ ସରକାର ଏହି ସୁପାରିସରେ ମୋହର ମାରିବା ପରେ କଟକ ଭୁବନେଶ୍ବର କମିସନରେଟ୍‌ ପୁଲିସରେ କାର୍ଯ୍ୟରତ ଗ୍ରାଜୁଏଟ୍‌ କନେଷ୍ଟବଳ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ଥାନା ଓ ଟ୍ରାଫିକ୍‌ ଥାନାଗୁଡ଼ିକରେ କାର୍ଯ୍ୟରତ ଗ୍ରାଜୁଏଟ୍‌ କନେଷ୍ଟବଳ ଚିହ୍ନଟ କରି ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ଏଥିସହିତ ପଢ଼ନ୍ତୁ: ପ୍ୟାଙ୍ଗୋଗରେ ଭାରତୀୟ ଯବାନଙ୍କ ଡ୍ୟାନ୍ସ, ଭାଇରାଲ ହେଉଛି ଭିଡିଓ

Latest Posts

Don't Miss