ଆସନ୍ତା ଦୁଇରୁ ୪ ଦିନ ଭିତରେ ଆସିବ ଜିପିଆର ସର୍ଭେ ରିପୋର୍ଟ  

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ଦୁଇରୁ ୪ ଦିନ ଭିତରେ ଆସିବ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଜିପିଆର ସର୍ଭେ ରିପୋର୍ଟ । ଏହି ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ । ଚଟାଣ ତଳେ କିମ୍ବା କାନ୍ଥ ଭିତରେ କିଛି ମୂଲ୍ୟବାନ ରତ୍ନ ଅଛି ନା ନାହିଁ । ସୁନା, ମଣି ମାଣିକ୍ୟ ଥିବାର ସ୍ପଷ୍ଟତା ରହିଛି କି ନାହିଁ । ଯଦି ସୁଡ଼ଙ୍ଗ ରହିଛି, ତେବେ କେଉଁଠାରେ ଅଛି । ସେନେଇ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ଯଦି ସେପରି ସ୍ପଷ୍ଟ ସୂଚନା ନମିଳେ ତେବେ ରିପୋର୍ଟ ଆସିବା ପରେ ଏଏସଆଇ ଟିମ ପ୍ରସ୍ତୁତ ଅଛନ୍ତି, ସେମାନେ ମରାମତି କାର୍ଯ୍ୟ ଆରମ୍ଭ କରିବେ । ଖୁବଶୀଘ୍ର ମରାମତି କାର୍ଯ୍ଯ ସାରିବାକୁ ନିଷ୍ପତ୍ତି ନେବେ ରାଜ୍ଯ ସରକାର । ଏହାପରେ ରତ୍ନଗୁଡିକ ରତ୍ନ ଭଣ୍ଡାର ଭିତରକୁ ଯିବ ଏବଂ ଗଣତି ମଣତି ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।