ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା; PF ଅଂଶୀଦାରଙ୍କୁ ମିଳିବ ବଡ଼ ଫାଇଦା

1 min read

ନୂଆଦିଲ୍ଲୀ: ଅର୍ଥନୀତିକୁ ସୁଧାରିବା ଲାଗି ଅର୍ଥମନ୍ତ୍ରୀଙ୍କ ପ୍ରୟାସ । ଆତ୍ମନିର୍ଭୟ ଭାରତ ରୋଜଗାର ଯୋଜନା ଅନୁଯାୟୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସରକାର ଏଥିରେ ଯୋଡ଼ିହୋଇଥିବା କର୍ମଚାରୀଙ୍କୁ ଇପିଏଫ୍ ସହ ଯୋଡ଼ିବେ । ଏଭଳି କର୍ମଚାରୀ ଯେଉଁମାନେ ପୂର୍ବରୁ EPF ସହ ଯୋଡ଼ି ହୋଇନଥିଲେ ଏବଂ ଯାହାଙ୍କ ଦରମା ୧୫ ହଜାରରୁ କମ୍ ରହିଛି ସେମାନଙ୍କୁ ଏହି ଯୋଜନାର ଲାଭ ମିଳିବ । ଏଥିସହିତ ଯେଉଁମାନେ ଅଗଷ୍ଟ ଠାରୁ ସେପ୍ଟେମ୍ୱର ଯାଏଁ ଚାକିରିରେ ନଥିଲେ କିନ୍ତୁ ପରେ ପିଏଫ୍‌ ସହ ଯୋଡ଼ି ହୋଇଥିଲେ ସେମାନଙ୍କୁ ମଧ୍ୟ ଲାଭ ମିଳିବ । ଏହି ଯୋଜନା ୩୦ ଜୁନ୍ ୨୦୨୧ ଯାଏ ଲାଗୁ ।

ସରକାର ୨ ବର୍ଷ ଯାଏଁ ୧୦୦୦ରୁ କମ୍ ସଂଖ୍ୟା ବିଶିଷ୍ଟ କର୍ମଚାରୀ କାମ କରୁଥିବା ସଂସ୍ଥାକୁ ନୂଆ ଭର୍ତ୍ତି ହୋଇଥିବା କର୍ମଚାରୀଙ୍କ ବାବଦକୁ ପିଏଫ୍‌ର ପୂରା ୨୪ ପ୍ରତିଶତ ଅଂଶ ସବସିଡି ରୂପରେ ଦିଆଯିବ । ଏହା ୧ ଅକ୍ଟୋବର ୨୦୨୦ ଠାରୁ ଲାଗୁ ହେବ । ୧୦୦୦ରୁ ଅଧିକ କର୍ମଚାରୀ ଥିବା ସଂସ୍ଥାରେ ନୂଆ କର୍ମଚାରୀଙ୍କ ୧୨ ପ୍ରତିଶତ ଯୋଗଦାନ ନେଇ ୨ ବର୍ଷ ଯାଏଁ ସବସିଡି ଦେବେ  । ଏଥିରେ ପାଖାପାଖି ୯୫% ସଂସ୍ଥା ଆସିବ । ଏବଂ ପାଖାପାଖି କୋଟିଏ କର୍ମଚାରୀଙ୍କୁ ଫାଇଦା ମିଳିବ  ।

Leave a Reply