spot_img

Latest Posts

ପ୍ରଧାନମନ୍ତ୍ରୀ ଶ୍ରମ ପୁରସ୍କାର ଘୋଷଣା, ଓଡ଼ିଶାରୁ ମୋଟ ୧୫ ଜଣ ପାଇବେ ପୁରସ୍କାର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଶ୍ରମ ଆୱାର୍ଡରେ ସ୍ଥାନ ପାଇଥିବା ବ୍ୟକ୍ତିଙ୍କ ତଥ୍ୟ ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି। ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ୬୯ ଜଣ ବ୍ୟକ୍ତି। ସମୁଦାୟ ୫ଶହ ବ୍ୟକ୍ତିଙ୍କ ନାମକୁ ସୁପାରିସ୍‌ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ପବ୍ଲିକ୍‌ କମ୍ପାନୀ ଏବଂ ରାଜ୍ୟ ସରକାର ଓ ବେସରକାରୀ ଅନୁଷ୍ଠାନରେ କାମ କରୁଛନ୍ତି ଏହି ସମସ୍ତ ୫୦୦ ବ୍ୟକ୍ତି। ସେମାନଙ୍କର ଦକ୍ଷତା, କାର୍ଯ୍ୟ ଶୈଳୀକୁ ବିଚାରକୁ ନିଆଯାଇ ଏହି ତଥ୍ୟ ପ୍ରକାଶ କରାଯାଇଛି। ଏହା ତିନୋଟି କ୍ୟାଟେଗୋରୀରେ ମିଳିବ।

୫ଶହ ଜଙ୍କ ମଧ୍ୟରୁ ଓଡ଼ିଶାରୁ ମୋଟ ୧୫ ଜଣ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ବେଳେ ୬ ଜଣ କେବଳ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ର କର୍ମଚାରୀ ହୋଇଥିବା ଜଣାପଡ଼ିଛି। ୬ ଜଣ ଶ୍ରମ ଭୂଷଣ ପାଇବାକୁ ଥିବା ବେଳେ ୬ ଜଣ ଶ୍ରମବୀର ଏବଂ ୩ ଜଣଙ୍କୁ ଶ୍ରମ ଶ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।

ଶ୍ରମ ଭୂଷଣ ଯେଉଁଥିରେ ୧ ଲକ୍ଷ ଟଙ୍କା ପୁରସ୍କାର ରହିଛି। ଶ୍ରମ ବୀର ପାଇଁ ୬୦ ହଜାର ଏବଂ ଶ୍ରମ ଶ୍ରୀ ପାଇଁ ୪୦ ହଜାର ଟଙ୍କା ପ୍ରଦାନ କରାଯିବ। ୨୦୧୮ ମସିହା ପାଇଁ ଶ୍ରମ ଭୂଷଣରେ ୪ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ଶ୍ରମବୀର ପାଇଁ ୧୨ ଜଣ ଏବଂ ଶ୍ରମ ଶ୍ରୀ ପାଇଁ ୧୭ ଜଣଙ୍କୁ ଏହି ପୁରସ୍କାର ମିଳିବ। ସମୁଦାୟ ୩୩ ଜଣ ଆୱାର୍ଡ ପାଉଥିବା ବେଳେ ବଳକା ଟିମ୍‌ ବା ଅନୁଷ୍ଠାନରେ କାମ କରୁଥିବା ଜଣେରୁ ଅଧିକ ବ୍ୟକ୍ତିଙ୍କୁ ମିଳିବ ବୋଲି ଜଣାପଡ଼ିଛି।

 

Latest Posts

Don't Miss