ଏଥର ବଜେଟରେ ଖୁସି ଖବର ଦେବେ ସରକାର, ୧୫ ହଜାର ଟଙ୍କା କମିବ ଆପଲ ଫୋନ୍ ଦର

ନୂଆଦିଲ୍ଲୀ: ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ଖୁସି ଖବର ଆସିବାକୁ ଯାଉଛି । ସରକାର ମୋବାଇଲ ପାଟର୍ସ ଆମଦାନୀ ଶୁଳ୍କ କମାଇପାରନ୍ତି । ୧୦ରୁ ୧୫ ପ୍ରତିଶତ ଶୁଳ୍କ କମିପାରେ । ଏମିତି ହେଲେ ୫୦ ହଜାର ଟଙ୍କାର ସ୍ମାର୍ଟଫୋନର ଦାମ ୭ ହଜାର ୫ଶହ ଟଙ୍କା କମିଯିବ । ୧ ଲକ୍ଷ ଟଙ୍କାର ଫୋନରେ ୧୫ ହଜାର ଟଙ୍କା କମିପାରେ ।
ଅର୍ଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ବ୍ୟାଟେରୀ, ମେନ୍ ଲେନ୍ସ ଏବଂ ଅନ୍ୟ ଜିନିଷ ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତ ହ୍ରାସ ହୋଇପାରେ। ତେବେ ଏହି ପଦକ୍ଷେପ ଭାରତୀୟ ଅର୍ଥନୀତି ପାଇଁ ଲାଭଦାୟକ କେମିତି ହେବ? ତେବେ ଏଠାରେ ଆପଣଙ୍କୁ କହି ରଖିବାକୁ ଚହୁଁଛୁ ଯେ, ଭାରତରେ ସ୍ମାର୍ଟଫୋନର ଦର କମିବା ଯୋଗୁ ରପ୍ତାନି ବୃଦ୍ଧି ପାଇବ। ମୋବାଇଲ୍ ଉତ୍ପାଦନରେ ବୃଦ୍ଧି ଘଟିବ ଭାରତରେ ନୂଆ ନିଯୁକ୍ତି ସୃଷ୍ଟି ହେବ । ଯାହା ଭାରତୀୟ ଅର୍ଥନୀତି ପାଇଁ ଠିକ୍ ପଦକ୍ଷେପ ହେବ ।
ଆମଦାନୀ ଶୁଳ୍କ ହଟାଇବା ଦ୍ୱାରା ଆପଲ, ସାମସଙ୍ଗ, ଭିଭୋ ଏବଂ ଓପୋ ସ୍ମାର୍ଟଫୋନର ମୂଲ୍ୟ କମିପାରେ । ରିପୋର୍ଟ ଅନୁଯାୟୀ, ଭାରତରେ ବିକ୍ରି ହେଉଥିବା ମୋବାଇଲ୍ ଫୋନର ୯୯.୨ ପ୍ରତିଶତ ଆମ ଦେଶରେ ତିଆରି ହେଉଛି। ପୂର୍ବ ବର୍ଷ ତୁଳନାରେ ୨୦୨୩ ଆର୍ଥିକ ବର୍ଷରେ ଭାରତର ସ୍ମାର୍ଟଫୋନ୍ ରପ୍ତାନି ଶହେ ପ୍ରତିଶତ ବୃଦ୍ଧି ହୋଇ ୧୧.୧ ବିଲିୟନ ଡ଼ଲାରରେ ପହଞ୍ଚିଛି। ତେବେ ଏହି ସଂଖ୍ୟା ବୃଦ୍ଧି କରିବାକୁ ଭାରତ ସରକାର ଆଶାବାଦୀ ଅଛନ୍ତି।