କୋରାନା ଭ୍ୟାକ୍ସିନ ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗ ଦେବେ ନୀତି ଆୟୋଗ ଏକ୍ସପୋର୍ଟ କମିଟି ଅଧ୍ୟକ୍ଷ

1 min read

ନୂଆଦିଲ୍ଲୀ: ମହାମାରୀ କରୋନା ନେଇ ସାରା ବିଶ୍ୱରେ ହାହାକାର ପଡିଛି । ଆଉ ଏତିକି ବେଳେ ଋଷର ଭ୍ୟାକ୍ସିନ୍ ନୂଆ ଆଶା ସଂଚାର କରିଛି । ଗତକାଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଟିକା ପ୍ରସ୍ତୁତି ନେଇ ଘୋଷଣା ପରେ ୨୦ଟି ଦେଶ ଟିକା ପାଇଁ ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଏହି ଭ୍ୟାକ୍ସିନର ଏକ ମିଲିୟନ ଡୋଜ୍ ପ୍ରସ୍ତୁତ ହେବ ବୋଲି ଋଷିଆର ପ୍ରତ୍ୟକ୍ଷ ନିବେଶ ପାଣ୍ଠି ମୁଖ୍ୟ କିରିଲ ଡିମିଟ୍ରିଏଭ । ଏଥିସହ ବିଦେଶୀ ଭାଗିଦାରୀ ସହ ମିଶି ଋଷ ପାଞ୍ଚଟି ଦେଶରେ ବାର୍ଷିକ ୫୦୦ ନିୟୁତ ଡୋଜ୍ ପ୍ରସ୍ତୁତ କରିବ ବୋଲି ସେ କହିଛନ୍ତି । ଅନ୍ୟପଟେ ଏହି କୋଭିଡ୍ ଟିକାର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ବୁଧବାର ଠାରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ସୁଦ୍ଧା ଏହା ଉତ୍ପାଦନ ହେବ ବୋଲି ଆଶା କରାଯାଉଛି ।

ତେବେ ଭାରତକୁ କୋରାନା ଭ୍ୟାକ୍ସିନ ମିଳିବା ନେଇ ପ୍ରସ୍ତୁତି ଜାରି ରହିଛି ।  ଏ ନେଇ ଆଜି ଏକ ଗୁରୁତ୍ୱପୂର୍ଣ ବୈଠକ ବସିବ । ଯେଉଁଥିରେ ନୀତି ଆୟୋଗର ଏକ୍ସପୋର୍ଟ କମିଟିର ଅଧ୍ୟକ୍ଷ  ଭିକେ ପଲ୍ (v k poul) ସାମିଲ ହେବେ । ବୈଠକରେ କୋଭାକସିନ ପ୍ରସ୍ତୁତ କରୁଥିବା ସଂସ୍ଥା  ଭାରତ ବାଓଟେକ୍ ଇଣ୍ଡିଆ ଲିମିଟେଡ଼ର ବରିଷ୍ଠ ଅଧିକାରୀ, ICMR ଓ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀମାନେ ମଧ୍ୟ ସାମିଲ ହେବେ । ବୈଠକରେ ଭ୍ୟାକ୍ସିନକୁ ନେଇ ଆଲୋଚନା ହେବ ।

ଏହାର ଭିତିଭୂମି, ନିର୍ମାଣ, ପ୍ରସ୍ତୁତି ଉପରେ ଆଲୋଚନା କରିବେ ଉପସ୍ଥିତ ଅଧିକାରୀ ମାନେ । କିଭଳି ଭାବେ ଏବେ ଏହା ଫଳପ୍ରଦ ହେବ, କେତେ ଦୂର କୋରାନାକୁ ମାତ ଦେଇ ପାରିବ ସେ ନେଇ ଆଲୋଚନା ହେବ । ଏବେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଶେଷ ହୋଇଥିବାବେଳେ ତୃତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଜାରି ରହିଛି । ଦେଶର ଏବେ ୧୨ଟି ମେଡିକାଲ କଲେଜରେ ପରୀକ୍ଷଣ ଜାରି ରହିଛି । ଆଗକୁ କିଭଳି ଭାବେ ଏହାର ବିନିଯୋଗ କରା ଯାଇପାରିବ ସେ ନେଇ ବୈଠକରେ ଆଲୋଚନା ହେବ ।

Leave a Reply