ରଥଯାତ୍ରା ପାଇଁ ପୁରୀକୁ ବସ୍ ଓ ଟ୍ରେନ୍ ସବୁ ବନ୍ଦ

ପୁରୀ: କୋଭିଡ୍ କଟକଣା ଭିତରେ ବଡ଼ଦାଣ୍ଡରେ ଆସନ୍ତାକାଲି ଗଡ଼ିବ ତିନିରଥ । ଏଥପାଇଁ ଆଜି ରାତିରୁ ପୁରୀ ଜିଲ୍ଲାକୁ ସଟଡାଉନ୍ କରାଯାଇଛି । ଶୃଙ୍ଖଳାର ସହ ରଥଯାତ୍ରା ସମାପନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପୁରୀକୁ ପାସେଞ୍ଜର ଟ୍ରେନ୍ ଓ ବସ ବନ୍ଦ କରିଛନ୍ତି ରାଜ୍ୟ ସରକାର । ସଟଡାଉନ୍ ଶେଷ ପର୍ଯ୍ୟନ୍ତ ଆଜି ରାତି ୯ଟାରୁ ୨୪ ତାରିଖ ଦିନ ୨ଟା ଯାଏ ପୁରୀକୁ ଟ୍ରେନ ଓ ବସ୍ ସେବା ବନ୍ଦ ରହିବ । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ରଥଯାତ୍ରା ଡ୍ୟୁଟିରେ ନିୟୋଜିତ ସରକାରୀ କର୍ମଚାରୀ, ପୋଲିସ ଓ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ପୁରୀକୁ ଚଳାଚଳ କରିପାରିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି । ଜିଲ୍ଲାରେ ସଟଡାଉନ୍ କରାଯାଇଥିବାରୁ ଘରେ ବସି ଟେଲିଭିଜନରେ ରଥଯାତ୍ରା ଦେଖିବାକୁ ସମସ୍ତଙ୍କୁ ନିବେଦନ କରାଯାଇଛି । ପୁରୀରେ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

ପରମ୍ପରା ସହ ଜନସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ରଥଯାତ୍ରା: ମୁଖ୍ୟମନ୍ତ୍ରୀ

Leave a Reply