ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ଅଧିକାରୀ

ରାୟଗଡା: ରାୟଗଡା ଜିଲ୍ଲା ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକଙ୍କୁ ଧରିଲା ଭିଜିଲାନ୍ସ। ନଗଦ ୬ ଲକ୍ଷ ଟଙ୍କା ସହିତ ଧରାପଡିଲେ ବାବୁ। ଗତକାଲି ରାତିରେ ବେଆଇନ ଭାବେ ୫ଲକ୍ଷ ୪୫ଶହ୬୦ ଟଙ୍କା ନେଇ ରାୟଗଡ଼ା ସ୍ଥିତ ଘରକୁ ଯାଉଥିବା ବେଳେ ଅରବିନ୍ଦ ସ୍କୁଲ ପାଖରେ ଧରିଲା ଭିଜିଲାନ୍ସ।

ବୁଲେଟ୍ ଯୋଗେ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ। ସାଙ୍ଗରେ ଥିବା ଟଙ୍କା ସମ୍ପର୍କରେ ନେଇ ଯାଉଥିଲେ। ତାଙ୍କୁ ଭିଜିଲାନ୍ସ କାର୍ଯ୍ୟାଳୟ ଠାରେ ଅଟକ ରଖି ପଚରାଉଚରା ଚାଲିଛି। ମଙ୍ଗଳା ମନ୍ଦିର ନିକଟସ୍ଥ ଘରେ ଭିଜିଲାନ୍ସ ସଙ୍ଗେସଙ୍ଗେ ଛାପା ମାରିଥିଲା। ସେଠାରୁ ୬ଲକ୍ଷ ୩୦ହଜାର ଟଙ୍କା ଜବତ ହୋଇଛି । ମୋଟ୍ ୧୧ଲକ୍ଷ ୩୪ହଜାର ୫୬୦ ଟଙ୍କା ଜବତ ହୋଇଛି । ଏହାସହ ଭୁବନେଶ୍ବର ପାତ୍ରପଡ଼ା କିଶୋର ବିହାରର ଥିବା ତାଙ୍କ ପତ୍ନୀଙ୍କ ଘରେ ମଧ୍ୟ ଭିଜିଲାନ୍ସ ରେଡ୍ ହୋଇଛି । ନବରଙ୍ଗପୁର ମନ୍ତ୍ରୀଗୁଡ଼ାରେ ଥିବା ପୈତୃକ ଘରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ ।