ବାବୁମାନଙ୍କ ଡ୍ୟୁଟି ସମୟର ମଜାମସ୍ତିର ଭିଡ଼ିଓ ଏବେ ଭାଇରାଲ

ସମ୍ବଲପୁର: ଅଫିସରେ ଡ୍ୟୁଟି ବେଳେ ତାସ୍ ଖେଳ । ଦାୟିତ୍ୱ କର୍ତ୍ତବ୍ୟ ଭୁଲି ବାବୁ ମଜି ଯାଇଛନ୍ତି ତାସ୍ ଖେଳରେ । ଆଉ ତାସ ଖେଳରେ ଏତେ ମଜିକି ଅଛନ୍ତି ଯେ, ତାଙ୍କ ଆଗପଛ ବି ଦେଖୁ ନାହାଁନ୍ତି ବାବୁମାନେ । ବାବୁମାନଙ୍କୁ ଯେମିତି ଏହି ଖେଳ ପାଇଁ ଅଧିକ ପାରିଶ୍ରମିତ ମିଳୁଛି ଠିକ୍ ସେମିତି ପୁରା ମନଧ୍ୟାନ ଦେଇ ଖେଳୁଛନ୍ତି ତାସ୍ । ଘଟଣାଟି ହେଉଛି ସମ୍ବଲପୁର ଅବକାରୀ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟର ।

ଡ୍ୟୁଟି ବେଳେ ତାସ ଖେଳର ଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଅଫିସର ଏମିତି ଘଟମା ପ୍ରଥମ ନୁହେଁ । କିଛି ଦିନ ପୂର୍ବରୁ ଏହି ଅଫିସର କର୍ମଚାରୀ ଡ୍ୟୁଟି ସମୟରେ ମଦ ପିଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଯାହାକୁ ନେଇ ନନ୍ଦିଘୋଷ ଟିଭିରେ ଖବର ମଧ୍ୟ ପ୍ରସାରଣ କରାଯାଇଥିଲା । ଏହା ପରେ ତିନି ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା ।

ଏତେସବୁ ପରେ ବି ପୁଣି ଏହି ତାସ ଖେଳର ଭିଡ଼ିଓ ଭାଇରାଲ ହୋଇଛି । ତେବେ ପୁଣି ଥରେ କାର୍ଯ୍ୟାଳୟରେ ତାସ ଖେଳର  ଭିଡିଓ ଭାଇରାଲ ପରେ ଅବକାରୀ ବିଭାଗର କର୍ମଚାରୀଙ୍କ କାମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଅବକାରୀ ଇନସ୍ପେକ୍ଟର ଶ୍ରୁତିକାନ୍ତ ରାଉତ ଭିଡିଓଟିକୁ ପୁରୁଣା ବୋଲି କହିଛନ୍ତି । ଏବଂ ସେ ଦାୟିତ୍ୱ ନେବା ପୂର୍ବରୁ ଏହି ଭିଡ଼ିଓ ରେକର୍ଡ ହୋଇଥାଇ ପାରେ ବୋଲି ସେ କହିଛନ୍ତି ।

Leave a Reply