ନୂଆବର୍ଷରେ ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ଉପହାର
1 min readନନ୍ଦିଘୋଷ ବ୍ୟୁରୋ: ସାରା ବିଶ୍ବ ପାଳୁଛି ନୂଆବର୍ଷ । ସବୁଠି ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳୁଥିବାବେଳେ ଚାଷୀଙ୍କୁ ଖୁସି ଖବର ଦେଇଛନ୍ତି କେନ୍ଦ୍ର ସରକାର । ପିଏମ୍ ଫସଲ ବୀମା ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏନେଇ କ୍ୟାବିନେଟରେ ନିଷ୍ପତ୍ତି ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା ଦେଇଛନ୍ତି । ବୀମା ରାଶି ୬୯ ହଜାର ୫୧୫ କୋଟି ଟଙ୍କାକୁ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହ ଡିଏପି ସାର ଉପରେ ଅତିରିକ୍ତ ୩ହଜାର ୮୫୦କୋଟି ଟଙ୍କାର ସବସିଡ଼ିକୁ ମଂଜୁରୀ । ୫୦କେଜି ଡିଏପି ସାର ବ୍ୟାଗର ମୂଲ୍ୟ ୧୩୫୦ ଟଙ୍କା ରହିବ । ଚାଷୀ ପଞ୍ଜିକରଣ ଠାରୁ ଆରମ୍ଭ କରି ସେମାନଙ୍କୁ କ୍ଷତିପୂରଣ ଓ ବିଭିନ୍ନ ଯୋଜନାରେ ସହାୟତା ଯୋଜନା ସମ୍ପର୍କରେ ଡିଜିଟାଲ ପ୍ରକ୍ରିୟାରେ କରାଯିବା ନେଇ ନିଷ୍ପତି ନିଆଯାଇଛି। କୃଷକମାନଙ୍କୁ ୫୦ କିଲୋଗ୍ରାମ ବ୍ୟାଗ୍ ପିଛା ୧୩୫୦ ଟଙ୍କା ମୂଲ୍ୟର DAP ପ୍ରଦାନ କରାଯିବ ।
ଏହାସହ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି କି, ୨୦୨୫ର ପ୍ରଥମ କ୍ୟାବିନେଟ୍ ବୈଠକରେ କୃଷକଙ୍କ ସମ୍ପର୍କରେ ଆଲୋଚନା କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କ ପାଇଁ ବେଶ ଲାଭଦାୟକ ହେବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆବଣ୍ଟନ ରାଶି ପରିମାଣ ବୃଦ୍ଧି ନିଷ୍ପତ୍ତି ଉପରେ କ୍ୟାବିନେଟ ମୋହର ବାଜିଛି । ୬୯ହଜାର ୫୧୫ କୋଟିକୁ ବଢିଲା ଆବଂଟନ ରାଶିର ପରିମାଣ ।