ସାମାଜିକ ଦୂରତା,ମାସ୍କକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ୍.

1 min read

କରୋନା ପାଇଁ ସାରା ଦେଶ ସଙ୍କଟରେ । ଗୋଟିଏ ପରେ ଗୋଟିଏ କରୋନାର ଲହର ନେଉଛି ଲୋକଙ୍କର ଜୀବନ । କୋଭିଡ ଭାଇରସ୍ କେତେବେଳେ ପବନରେ ବ୍ୟାପୁଛି ତ ପୁଣି କେତେବେଳେ ଛୁଇଁଲେ ସଂକ୍ରମିତ ହେଉଛି । ତେଣୁ ସାଧାରଣ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଡାକ୍ତରଙ୍କ କହିବା ଅନୁସାରେ ଯେତେବେଳେ କୈାଣସି ସଂକ୍ରମିତ କଥା ହେଉଛି ,ଗୀତ ଗାଉଛି,କାଶୁଛି କିମ୍ବା ଛିଙ୍କୁଛି । ସେହି ସମୟରେ ଭାଇରସ୍ ପାଟି ଓ ନାକ ଜରିଆରେ ପବନରେ ବ୍ୟାପୁଛି । ଯାହା ପରବର୍ତୀ ସମୟରେ ସୁସ୍ଥବ୍ୟକ୍ତିଙ୍କୁ ସଂକ୍ରମିତ କରୁଛି । ଦେଶରେ ବର୍ତମାନ କରୋନାର ଦ୍ୱିତୀୟ ପ୍ରବାହ ତାର ଭୟଙ୍କର ରୂପ ବି ଦେଖାଇଚାଲିଛି ।

ଆଉ ସରକାର ଲୋକଙ୍କୁ କରୋନା ପାଇଁ ସଚେତନ ମଧ୍ୟ କରିଚାଲିଛନ୍ତି । ମାସ୍କ ପିନ୍ଧନ୍ତୁ ସୁରକ୍ଷିତ ରୁହନ୍ତୁ ,ଲୋକେ ମାସ୍କକୁ ଜରୁରୀ ଭାବିଲେ ହିଁ କରୋନା ସହ ଲଢିପାରିବେ ବୋଲି ସରକାର ସୂଚନା ଦେଉଛନ୍ତି । ତେବେ ଏହାରି ଭିତରେ ସରକାର ମାସ୍କ,ସାମାଜିକ ଦୂରତା,ସ୍ୱଚ୍ଚତା,ଭେଣ୍ଟିଲେସନକୁ ନେଇ ନୂଆ ଗାଇଡଲାଇନ ଜାରୀ କରିଛନ୍ତି । ସାଧାରଣ ଉପାୟର ବ୍ୟବହାରରେ ବି ଆମେ କରୋନାକୁ ବ୍ୟାପିବାରୁ ରକ୍ଷା କରିପାରିବା ବୋଲି ସରକାର ସୂଚନା ଦେଇଛନ୍ତି । ଏହି ନୂଆ ଗାଇଡ୍‌ଲାଇନ୍ ଅନୁସାରେ – ମାସ୍କ,ସାମାଜିକ ଦୂରତା,ସ୍ୱଚ୍ଚତାର ପାଳନ କରିବା ସହ ଘରମାନଙ୍କରେ ପବନର ଯାତାୟତ ହେବା ଭଳି ବ୍ୟବସ୍ଥା ରହିବା ଆବଶ୍ୟକ । ଯେଉଁ ଘରେ ପବନ ଆତଯାତ ହେଉନଥିବ ସେଠାରେ ଭାଇରସ୍‌ର ପ୍ରଭାବ ବେଶି ବଢିବ । ଘର ହେଉ କିମ୍ବା କାର୍ଯ୍ୟାଳୟ ସବୁଠାରେ ବାୟୁ ଯିବା ଆସିବା ପାଇଁ ସଠିକ ସୁବିଧା ଥିବା ଦରକାର । ପବନ ଆତଯାତ କଲେ ସଂକ୍ରମଣର ଆଶଙ୍କା କମ୍ ରହିବ । ବଡ ବଡ କଂମ୍ପାନୀର ବିଲିଡିଙ୍ଗ ଓ ମଲ୍ ଆଦି ମାନଙ୍କରେ ସେଣ୍ଟ୍ରାଲ ଏୟାର ଫିଲ୍ଟରରେ ସୁଧାର କରିବା ଆବଶ୍ୟକ ।

ଏସବୁ ସ୍ଥାନରେ ଗ୍ଲୋବାଲ୍ ଫ୍ୟାନ ସିଷ୍ଟମ ଓ ରୁଫ୍ ଭେଣ୍ଟିଲେଟର ରଖିବା ପାଇଁ ଆଡଭାଇଜରୀ ଜାରୀ କରାଯାଇଛି । କରୋନା ମହାମାରୀ କାଶ କିମ୍ବା ଛିଙ୍କରେ ଆସୁଥିବା ଡ୍ରପଲେଟସ୍‌ରେ ଅଧିକ ବ୍ୟାପିଥାଏ । ଏହା ବାୟୁରେ ୧୦ମିଟର ଦୂରତା ପର୍ଯ୍ୟନ୍ତ ଗତିକରିପାରେ । ତେଣୁକରି ନୂଆ ଗାଇଡଲାଇନ ଅନୁସାରେ ସଂକ୍ରମିତ ବ୍ୟକ୍ତି ଭଲ ହେଇଯିବା ପରେ ବି ସେମାନଙ୍କ ଠାରୁ ଦୂରତା ବଜାଇ ରଖନ୍ତୁ । କାହିଁକି ନା ସେମାନଙ୍କ ଡ୍ରପଲେଟ୍ସରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଥାଏ । ତେଣୁକରି ଡବଲ୍ ମାସ୍କ ପିନ୍ଧନ୍ତୁ କିମ୍ବା ଏନ୍‌-୯୫ର ମାସ୍କ ହିଁ ପିନ୍ଧନ୍ତୁ । କୋଭିଡ-୧୯ର ଭାଇରସ୍ ଖୋଜେ ମଣିଷର ଶରୀର । ଯଦି ଏହା ମଣିଷ ଶରୀର ପର୍ଯ୍ୟନ୍ତ ପହଂଚିନପାରେ ତାହାଲେ ଏହା ନଷ୍ଟ ହୋଇଯାଏ । ତେଣୁକରି ସମସ୍ତଙ୍କୁ ସଂକ୍ରମଣଠାରୁ ବଂଚିବା ପାଇଁ ଖୋଲା ଓ ଶୁଦ୍ଧ ପବନ ଯାତାୟତ କରୁଥିବା ସ୍ଥାନ, ସାମାଜିକ ଦୂରତା,ଡବଲ୍ ମାସ୍କ ଓ ଘରେ କିମ୍ବା କାର୍ଯ୍ୟାଳୟରେ ସଂମ୍ପୂର୍ଣ୍ଣ ଭେଣ୍ଟିଲେସନରେ ରହିବା ଜରୁରୀ । ଏହିସବୁ ଗାଇଡ୍‌ଲାଇନ୍‌କୁ ସଠିକ୍ ଭାବରେ ମାନିଲେ ଆମେ କରୋନାକୁ ହରାଇପାରିବା ।

Leave a Reply