Ease of Living Index 2020: ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ଭୁବନେଶ୍ୱର ଦ୍ୱିତୀୟ 

1 min read
BMC To Declare Some Area As Containment Zone After Covid Case Surges

ନୂଆଦିଲ୍ଲୀ: ଦେଶରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ବେଙ୍ଗାଲୁରୁ ଶ୍ରେଷ୍ଠ ସହର ହୋଇପାରିଛି । ଅନ୍ୟପକ୍ଷରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ମଧ୍ୟରେ ୨ୟ ସ୍ଥାନରେ ରହିଛି ଭୁବନେଶ୍ୱର । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଗୁରୁବାର ଇଜ୍ ଅଫ୍ ଲିଭିଙ୍ଗ୍ ଇଣ୍ଡେକ୍ସ ରାଙ୍କିଂ ୨୦୨୦ ରିପୋର୍ଟ ଜାରି କରିଛନ୍ତି । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି ରିପୋର୍ଟ ପ୍ରକାଶ କରିଛନ୍ତି। ଦିଲ୍ଲୀ ଏହି ଦୁଇଟି ବର୍ଗରେ ୧୦ ନମ୍ବରରେ ମଧ୍ୟ ପହଞ୍ଚି ପାରିନଥିବା ବେଳେ ୧୩ ତମ ସ୍ଥାନରେ ରହିଛି ।

govt-issued-ease-of-living-index-ranking-2021

ଦେଶର ୧୧୧ଟି ସହରକୁ ନେଇ ସର୍ଭେ-

ଏହି ସର୍ଭେରେ ଦେଶର ୧୧୧ ଟି ସହର ଭାଗ ନେଇଥିଲେ । ସହରଗୁଡିକୁ ଦୁଇଟି ବର୍ଗରେ ଭାଗ କରାଯାଇଥିଲା । ପ୍ରଥମ କାଟେଗୋରୀରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରକୁ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଦ୍ୱିତୀୟ ବର୍ଗରେ ୧୦ ଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହର ଥିଲା । ତନ୍ମଧ୍ୟରେ ଗୁଣବତ୍ତା ସ୍ତର ଏବଂ ବିକାଶମୂଳକ କାର୍ଯ୍ୟ ଯାହା ଲୋକଙ୍କ ଜୀବନଧାରଣ ଉପରେ ପ୍ରଭାବ ପକାଉଛି ।

୨୦୧୮ରେ ରାଙ୍କିଂ ଆରମ୍ଭ ହୋଇଥିଲା-

୨୦୧୮ ରେ ପ୍ରଥମ ଥର ପାଇଁ ସହରଗୁଡିକୁ ରାଙ୍କିଂ ଦିଆଯାଇଥିଲା ବେଳେ ଦ୍ୱିତୀୟ ଥର ୨୦୨୦ରେ ସହରଗୁଡିକର ରାଙ୍କିଂ କରାଯାଇଛି । ଏହି ବର୍ଗରେ ମୁଖ୍ୟତ ତିନୋଟି ପିଲର ରଖାଯାଇଥିଲା । ଜୀବନ ଧାରଣର ଗୁଣବତ୍ତା ପାଇଁ ପ୍ରଥମ ପିଲରରେ ୩୫% ମାର୍କ ରଖାଯାଇଥିଲା ଜ୍ଝ ୨ୟ ପାଇଁ ଆର୍ଥିକ ଯୋଗ୍ୟତାରେ ୧୫ ପ୍ରତିଶତ ମାର୍କ ଏବଂ ବିକାଶ ପାଇଁ ୨୦ ପ୍ରତିଶତ ମାର୍କ ରହିଥିଲା । ଅବଶିଷ୍ଟ ୩୦ ପ୍ରତିଶତ ଲୋକଙ୍କ ଗହଣରେ ସର୍ଭେ ପାଇଁ ରଖାଯାଇଥିଲା ବେଳେ ୪୯ଟି ସୂଚକାଙ୍କୁ ଆଧାର କରି ରାଙ୍କିଂ କରାଯାଇଥିଲା।

୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବର୍ଗରେ ଥିବା ସହର ତାଲିକା

୧. ବେଙ୍ଗାଲୁରୁ – ୬୬.୭୦
୨. ପୁଣେ – ୬୬.୨୭
୩. ଅହମ୍ମଦାବାଦ – ୬୪.୮୭
୪. ଚେନ୍ନାଇ – ୬୨.୬୧
୫. ସୁରଟ- ୬୧.୭୩
୬. ନବି ମୁମ୍ବାଇ – ୬୧.୬୦
୭. କୋଏମ୍ବାଟୁର – ୫୯.୭୨
୮. ବଡୋଦରା -୫୯.୨୪
୯. ଇନ୍ଦୋର – ୫୮.୫୮
୧୦. ଗ୍ରେଟର ମୁମ୍ବାଇ – ୫୮.୨୩

୧୦ ଲକ୍ଷରୁ କମ୍ ଜନସଂଖ୍ୟା ବର୍ଗରେ ଥିବା ସହର ତାଲିକା

୧. ଶିମଲା – ୬୦.୯୦
୨. ଭୁବନେଶ୍ୱର – ୫୯.୮୫
୩. ସିଲଭାସା -୫୮.୪୩
୪. କାକିନାଡା – ୫୬.୮୪
୫. ସେଲମ୍ – ୫୬.୪୦
୬. ଭେଲୋର – ୫୬.୩୮
୭. ଗାନ୍ଧିନଗର – ୫୬.୨୫
୮. ଗୁରୁଗ୍ରାମ -୫୬.୦୦
୯. ଦାଭନଗେରେ -୫୫.୨୫
୧୦. ତିରୁଚିରାପଲ୍ଲୀ – ୫୫.୨୪

Leave a Reply