ଆଧାର କାର୍ଡକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଭୋଟର କାର୍ଡ ସହ ଆଧାର ସଂଯୋଗ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ପାନ କାର୍ଡ ପରେ ଏବେ ଭୋଟର କାର୍ଡ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ଭୋଟର କାର୍ଡର ଅପବ୍ୟବହାର ରୋକିବାରେ ଏହି ନିଷ୍ପତ୍ତି ସହାୟକ ହେବ । ନିର୍ବାଚନ ପ୍ରକ୍ରିୟାରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବ । ଆଧାର ସହ ସଂଯୋଗ ହେଲେ ଜାଲ ଭୋଟର କାର୍ଡକୁ ଚିହ୍ନଟ କରି ବନ୍ଦ କରାଯାଇପାରିବ । ବିଭିନ୍ନ ଦିଗକୁ ଲକ୍ଷ କରି ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ଜାନୁଆରୀ ୧ ତାରିଖରେ ୧୮ ବର୍ଷ ହୋଇଥିବା ଯୁବଗୋଷ୍ଠୀ ଭୋଟର କାର୍ଡରେ ନିଜର ନାମ ସାମିଲ ପାଇଁ ଆବେଦନ କରିପାରିବେ । ଭୋଟର କାର୍ଡ ଆବେଦନ ପାଇଁ ବର୍ଷକୁ ଥରେ ସୁଯୋଗ ମିଳୁଥିବା ବେଳେ ଏବେ ଏହା ୪ ଥର ମିଳିବ ସୁଯୋଗ । ସେହଭିଳି ଭୋଟର କାର୍ଡରେ ପତ୍ନୀ ଶବ୍ଦ ହଟାଇ ଜୀବନ ସାଥୀ ଲେଖାଯିବ । ସେବାରତ ଭୋଟରଙ୍କ ପତି କିମ୍ବା ପତ୍ନୀଙ୍କୁ ଭୋଟ ଦେବାରେ ସହାୟକ ହେବ । ଅନ୍ୟ ଭୋଟରଙ୍କ ତୁଳନାରେ ସେମାନଙ୍କୁ ଅଧିକ ସୁବିଧା ମିଳିବ ।