କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି : ଗାନ୍ଧି ପରିବାରକୁ ଆଉ ମିଳିବନି SPG ସୁରକ୍ଷା, ଏବେ ମିଳିବ…

1 min read

ନୂଆଦିଲ୍ଲୀ: ଦୀର୍ଘ ଦଶନ୍ଧି ଧରି ସମ୍ଭାବ୍ୟ ବିପଦ କାରଣରୁ ସ୍ପେସାଲ୍ ପ୍ରୋଟେକ୍ସନ୍ ଗ୍ରୁପରେ ରହିଆସୁଥିବା ଗାନ୍ଧି ପରିବାରକୁ ଏହି ସୁରକ୍ଷା ଆଉ ପ୍ରଦାନ କରାଯିବ ନାହିଁ । କେନ୍ଦ୍ର ଗୃହ ମନ୍ତ୍ରାଳୟର ଏକ ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଉତ୍ତର ପ୍ରଦେଶର କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧିଙ୍କଠାରୁ ପ୍ରତ୍ୟାହାର ହେବ SPG ସିକ୍ୟୁରିଟି । ସେମାନଙ୍କୁ ଏବେ Z ପ୍ଲସ୍ ସିକ୍ୟୁରିଟି ପ୍ରଦାନ କରାଯିବାକୁ ଗୃହ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । CRPF ଯବାନ ସୁରକ୍ଷାରେ ସାମିଲ ହେବେ ।

ପୂର୍ବରୁ ଏ ସମସ୍ତଙ୍କୁ ସ୍ବତନ୍ତ୍ର ସୁରକ୍ଷା ପ୍ରଦାନ କରାଯାଉଥିଲା । ଅନେକ ସମୟରେ ଗାନ୍ଧି ପରିବାର ପ୍ରତି ବିପଦର ଭୟ ଥିବାରୁ ସେମାନଙ୍କୁ ସ୍ୱତନ୍ତ୍ର ସୁରକ୍ଷା ପ୍ରଦାନ କରାଯାଉଥିଲା । ମାତ୍ର ଏବେ ସରକାର ସେମାନଙ୍କୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ')}

Leave a Reply